ମନୋରଞ୍ଜନ

ବାରମ୍ବାର ସୁକେଶ ଜେଲରେ ଥାଇ ଧମକ ଦେଉଛି, ଏହା ମୋ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଉଛି: ଜ୍ୟାକଲିନ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଇଓଡବ୍ଲୁ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ହେରଫେର ତଥା ଚୋରା ଚାଲାଣ ମାମଲାର ତଦନ୍ତ କରୁଛି।

କିଛିଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ନିକଟରେ କହିଥିଲେ, ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ସବୁକିଛି ଜାଣିବି ତାଙ୍କ ସହ ଜଡ଼ିତ ଥିଲେ। ଚନ୍ଦ୍ରଶେଖର ଦେଉଥିବା ଉପହାର ସବୁ ଠକେଇ ପଇସାର ଥିବା ବି ଅଭିନେତ୍ରୀ ଜାଣିଥିଲେ। ଏହାପରେ ବି ଜ୍ୟାକଲିନ ସେ ସମସ୍ତ ଉପହାରକୁ ସ୍ବୀକାର କରିଥିଲେ।

ଆଜି ପର୍ଯ୍ୟନ୍ତ ଜ୍ୟାକଲିନ ଚନ୍ଦ୍ରଶେଖର ଠାରୁ କ’ଣ କ’ଣ ଉପହାର ନେଇଛନ୍ତି ସ୍ପଷ୍ଟ ଭାବେ ଜଣାଇନାହାନ୍ତି। ଯେପର୍ଯ୍ୟନ୍ତ ପ୍ରମାଣ ମିଳି ନଥାଏ ସେ ସମସ୍ତ କଥାକୁ ଲୁଚାଇ ରଖିଥାଆନ୍ତି। ଏବେ ସବୁ କଥାକୁ ସୁକେଶ ଗୋଟିଗୋଟି କରି ସାମ୍ନାକୁ ଆଣିବା ପରେ ଜ୍ୟାକଲିନ ଏ‌ବେ ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି।

ନିକଟରେ ଜ୍ୟାକଲିନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରି କହିଥିଲେ କି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ବାତିଲ କରାଯାଉ। ଏଥିସହିତ ଚନ୍ଦ୍ରଶେଖରଙ୍କୁ ତାଙ୍କ ବିଷୟରେ ଆଉ କୌଣସି ଚିଠି, ବିବୃତ୍ତି କିମ୍ବା ବାର୍ତ୍ତା ପ୍ରଦାନ ନ କରିବାକୁ ଜ୍ୟାକଲିନ ଦିଲ୍ଲୀ ପୁଲିସ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କୁ ନିର୍ଦ୍ଦେଶ ମାଗିଥିଲେ ।

ଏହି ଅଭିଯୋଗର କିଛିଦିନରେ ପୁଣି ଜ୍ୟାକଲିନ ସାମ୍ନାକୁ ଆସିଛନ୍ତି। ପୁଲିସ କମିସନରଙ୍କୁ ଗୁହାରି କରି କହିଛନ୍ତି, ‘ଆଜ୍ଞା ଯଥାଶୀଘ୍ର କିଛି ବ୍ୟବସ୍ଥା କରନ୍ତୁ ।ସୁକେଶ ଜେଲରେ ଥ‌ାଇ ବିଭିନ୍ନ ଜରିଆରେ ମୋତେ ଧମକ ଦେଉଛି। ଏହା ମୋ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକାଇବା ସହିତ ଭବିଷ୍ୟତରେ ବି ଅସୁବିଧା ସୃଷ୍ଟି କରିପାରେ। ଏହାର ସମାଧାନ ଯଥାଶୀଘ୍ର କରନ୍ତୁ। ’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button