ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଉଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଉଥିବା ଉଚ୍ଚ ରକ୍ତଚାପ ସମସ୍ୟା, ଜାଣନ୍ତୁ ଏହାର ନିରାକରଣ

ବର୍ତ୍ତମାନ ସମୟରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ଯା। ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି ।

୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ ତେଣୁ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉଚ୍ଚ ରକ୍ତଚାପ ସମସ୍ୟା

– ୩%ରୁ ୬% ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ

– ବଦଳୁଥିବା ଜୀବନଶୈଳୀ ପାଇଁ ହେଉଛି ସମସ୍ୟା

– ମେଦବହୁଳତା ଏବଂ ଅଧିକ ବଡି ମାସ୍ ଇନଡେକ୍ସ ବା ବିଏମଆଇ ବି ଏହାର କାରଣ

– ୩୦% ଶିଶୁ ଓ କିଶୋରଙ୍କ ମଧ୍ୟରେ ଏଥିପାଇଁ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳୁଛି

– ୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ

– ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା

– ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ

– ପିଜା, ବର୍ଗର ସହ କୋଲ୍ଡ ଡ୍ରିଙ୍କସ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି କରିପାରେ

– ଅତ୍ୟଧିକ ସମୟ ମୋବାଇଲ ବ୍ୟବହାର ମଧ୍ୟ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି

– ଅତ୍ୟଧିକ ରକ୍ତଚାପ ଯୋଗୁଁ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇପାରେ

– କିଶୋର ଅବସ୍ଥାରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସାରା ଜୀବନ ରହିନଥାଏ

– କେତେକ ବ୍ୟକ୍ତିଙ୍କ ମଧ୍ୟରେ ଏହା ଚାପ ପାଇଁ ସାମୟିକ ଭାବେ ଦେଖାଦେଇଥାଏ

ବ୍ଲଡ ପ୍ରେସରରୁ ରକ୍ଷା ପାଇବାର ଉପାୟ

– ଜୀବନଶୈଳୀରେ ଶୃଙ୍ଖଳା ଆଣିବା

– ମସ୍ତିଷ୍କକୁ ଆବଶ୍ୟକ ବିଶ୍ରାମ ଦେବା

– ସଚେତନ ରହିବା ସହ ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଂଚ

– ଖାଦ୍ୟପେୟରେ ଶୃଙ୍ଖଳା ଆଣିବା

– ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଅଭିଭାବକ ନଜର ରଖିବା

– ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

– ଅଧିକ ପନିପରିବା ଖାଇବା ସହ ଖାଦ୍ୟରେ ଅଧିକ ଲୁଣ ନଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button