ପୁଲିସ୍କୁ ଦଳିଦେଇ ଚାଲିଗଲା କାର୍; ସିସିଟିଭିରେ ଦୃଶ୍ୟ କଏଦ – Kalinga News

[ad_1]
ଜଳନ୍ଧର: ପଞ୍ଜାବର ଜଳନ୍ଧର ଜିଲ୍ଳାରେ ଥିବା ସାହକୋଟ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଜଣେ ପୁଲିସ୍ କର୍ମୀଙ୍କୁ ଧକ୍କା ଦେବା ଫଳରେ ପୁଲିସ୍ କର୍ମୀ ଜଣକ ଗୁରତର ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ, ଅଜଣା କାର ଡ୍ରାଇଭର ଜଣକ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରେ ନରହି କାର୍ ଧରି ପଳାଇ ଯାଇଥିଲେ। ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣାର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ପୁଲିସ୍ ହାଇ-ଟେକ୍ ନାକାରେ ଠିଆ ହୋଇ ସାମ୍ନାରୁ ଆସୁଥିବା କାରକୁ ଅଟକାଇବା ପାଇଁ ସଙ୍କେତ ଦେଇଥିଲେ। ହେଲେ କାର୍ ଚାଳକ ଗାଡ଼ି ଅଟକାଇବା ପରିବର୍ତ୍ତେ ଦ୍ରୁତ ଗତିରେ କାର୍ ନେଇ ପଳାଇଥିଲେ। ଫଳରେ ସାମ୍ନାରେ ଛିଡ଼ା ହୋଇ ଅଟକାଉଥିବା ପୁଲିସ୍ କର୍ମୀ ଦୁର୍ଘଟଣାର ଶିକାର ହୋଇଥିଲେ।
ଏହି ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ସୂତଲେଜ ନଦୀ ନିକଟସ୍ଥ ଜଳନ୍ଧରର ଶାହକୋଟ ବ୍ଲକରୁ ଆସିଛି। ପୁଲିସ କର୍ମୀଙ୍କ ଅଭିଯୋଗ ପରେ କାର ଡ୍ରାଇଭରକୁ ପୁଲିସ ଖୋଜାଖୋଜି କରୁଛି। ଏହି ଘଟଣା ସମ୍ପର୍କରେ ଶାହକୋଟ ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୁଲିସ୍ କର୍ମୀଙ୍କ ଅବସ୍ଥା ସଂକଟପନ୍ନ ରହିଛି।
[ad_2]




