ଅପରାଧ

ଭୋଗରାଇର ଦୁଇ ମନ୍ଦିରରୁ ଚୋରି: ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ – Kalinga News

[ad_1]

ଭୋଗରାଇ: ବିଳମ୍ବିତ ରାତିରେ ମନ୍ଦିରରୁ ସିରିଜ ଲୁଟ୍। ଠାକୁରାଣୀଙ୍କ ପିତ୍ତଳ ପ୍ରତିମା ସମେତ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ଆସବାବପତ୍ର ଏବଂ ଦାନ ହୁଣ୍ତିରୁ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ କାନପୁର ଗ୍ରାମରେ ଥିବା ତାରିଣୀ ମନ୍ଦିର ଏବଂ ଦାରୁହା ଗ୍ରାମରେ ଥିବା ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି।

ଆଜି ସକାଳେ ମନ୍ଦିରର ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି ତଳେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ଏବଂ କମର୍ଦା ପୁଲିସକୁ ଖବର ଦେଇଥିଲେ। ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରୁ ଠାକୁରାଣୀଙ୍କ ପିତ୍ତଳ ପ୍ରତିମା ସମେତ ଶିବ ମନ୍ଦିରରୁ ପିତ୍ତଳ ନାଗ ସାପ , ସମସ୍ତ ସୁନା ଅଳଙ୍କାର ଏବଂ ଆସବାବପତ୍ର ଲୁଟ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ଆନୁମାନିକ ୪ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବାର ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button