ମନୋରଞ୍ଜନ

ଟେଲିଭିଜନର ରାମ କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ମେରଟରୁ ପ୍ରାର୍ଥୀ ଭାବେ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ଟିକେଟ ମିଳିଥିବା ଉଲ୍ଳେଖ ରହିଛି।

ଅରୁଣ ‌ଗୋବିଲଙ୍କ ଜନ୍ମ ମେରଟ ଜିଲ୍ଲାରେ ୧୯୫୮ ମସିହା ଜାନୁଆରି ୧୨ ତାରିଖରେ ହୋଇଥିବା ବେଳେ ତାଙ୍କ ପିଲାଦିନ ଶାହଜହାଁପୁରରେ ବିତିଥିଲା। ଅରୁଣ ଟେଲିଭିଜନ ଧାରାବାହିକ ‘ରାମାୟଣ’ ବ୍ୟତୀତ ଅନେକ ଧାରାବାହିକ ଓ ସିନେମାରେ କାମ କରିଛନ୍ତି।  କିନ୍ତୁ ରାମାୟଣ ଜରିଆରେ ସେ ଖୁବ ଲୋକପ୍ରିୟତା ପାଇଥିଲେ।  ଯେଉଁ ଲୋକପ୍ରିୟତା ଆଜି ଯାଏଁ ବି ବଜାୟ ରହିଛି। ତେବେ ଅଭିନୟ ଦୁନିଆରେ ନିଜର ପ୍ରତିଭା ଦେଖାଇଥିବା ବେଳେ ଅରୁଣ ଏବେ ରାଜନୀତିରେ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଟେଲିଭିଜନ ରାମ କେତେ ସମ୍ପତ୍ତିର ମାଲିକ ରହିଛନ୍ତି।

ପ୍ରକ‌ାଶିତ ରିପୋର୍ଟ ମୁତାବକ, ଅରୁଣ ଗୋବିଲ ‘ରାମାୟଣ’ର ପ୍ରତ୍ୟେକ ଅଧ୍ୟାୟ ପାଇଁ ପାଖାପାଖି ୫୧ହଜାର ଟଙ୍କାର ପାରିଶ୍ରମିକ ନେଇଥିଲେ। ରାମାୟଣ ୮୧ଟି ଅଧ୍ୟାୟର ରହିଥିବା ବେଳେ ଅରୁଣ ଏହି ଧ‌ାରାବାହିକ ପାଇଁ ପାଖାପାଖି ୪୦ଲକ୍ଷ ଟଙ୍କା ନେଇଥିବା ଅନୁମାନ କରାଯାଉଛି।

ଅରୁଣଙ୍କ ମୋଟ ସମ୍ପତ୍ତି ୩୮କୋଟି ଟଙ୍କାର ରହିଛି।  ୨୦୨୨ରେ ସେ ଏକ ଦାମି କାର କିଣିଥିଲେ ଯାହାର ମୂଲ୍ୟ ୬୦ଲକ୍ଷ ଟଙ୍କା ଥିବା କୁହାଯାଉଛି। ଏସବୁ ବ୍ୟତୀତ ଅରୁଣଙ୍କ ନାମରେ ମୁମ୍ବାଇରେ ଏକ ବଡ଼ କୋଠା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button