ମନୋରଞ୍ଜନ

ଗୋଟାଏ ଦିନରେ ୩ଥର ଗୌରୀଙ୍କୁ ବିବାହ କରିଥିଲେ ଶାହରୁଖ-ଗୌରୀ – Kalinga News

[ad_1]

ମୁମ୍ବାଇ: ଡିସେମ୍ବର ୨୧, ୨୦୨୩ରେ ମୁକ୍ତିଲାଭ କରିଥିଲା ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡଙ୍କି’। ଫିଲ୍ମର ଟିଜର ଓ ଟ୍ରେଲର ଦର୍ଶକଙ୍କ ଉତ୍ସାହ ବଢ଼ାଇଥିବା ବେ‌ଳେ ମୁକ୍ତିଲାଭ ପରେ ଶାହରୁଖଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଯଦି ଆମେ ୨୦୨୩ବର୍ଷକୁ ଦେଖିବା, ତେବେ ଶାହରୁଖଙ୍କ ୩ଟି ଫିଲ୍ମ ‘ପଠାନ୍’, ‘ଯବାନ’ ଓ ‘ଡଙ୍କି’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।

ଇଏ ତ ଥିଲା ଶାହରୁଖଙ୍କ ପେସାଦାର ଜୀବନର କଥା। ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖି ତେବେ ସେ ୩ଜଣ ସନ୍ତାନଙ୍କ ବାପା ଅଟନ୍ତି। ଗୌରୀଙ୍କୁ ବିବାହ କରିବା ପରେ ସୁହାନା, ଆରୟନ ଓ ଅବରାମଙ୍କ ପିତା ହୋଇଥି‌ଲେ ଶାହରୁଖ। ଦୁହିଁଙ୍କ ବିବାହକୁ ୩୨ବର୍ଷ ପୁରି ସାରିଥିବା ବେଳେ ଆଜି ମଧ୍ୟ ସେମାନଙ୍କ ଯୋଡି ବଲିଉଡର ଏକ ଆଦର୍ଶ ଯୋଡି ଭାବରେ ପରିଗଣିତ ହେଉଛି। ନିକଟରେ ଶାହାରୁଖଙ୍କ ଘନିଷ୍ଠ ବନ୍ଧୁ ଅଭିନେତା ବିବେକ ବାସୱ‌ାନୀ ଶାହାରୁଖ ଏବଂ ‌ଗୌରୀଙ୍କ ପ୍ରେମ କାହାଣୀ ବିଷୟରେ ଏକ ରୋଚକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ‘ଶାହାରୁଖଙ୍କ ପ୍ରେମ କାହାଣୀ ବିଷୟରେ ସମଗ୍ର ବିଶ୍ୱ ଜାଣେ। କିନ୍ତୁ ବିଶ୍ବବାସୀ ଜାଣି ନାହାନ୍ତି ଯେ, ଶାହାରୁଖ ଗୋଟିଏ ଦିନରେ ଗୌରୀଙ୍କୁ ତିନିଥର ବିବାହ କରିଥିଲେ। ପ୍ରଥମେ ଶାହାରୁଖ କୋର୍ଟରେ ବିବାହ କରିଥିଲେ, ପରେ ନିକାହ ଏବଂ ଶେଷରେ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ୬ବର୍ଷ ଡେଟ୍ କରିବା ପରେ ସେ ଗୌରୀଙ୍କୁ ବିବାହ କରିଥିଲେ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button