ରାଜନୀତି

ତୃଣମୂଳ କଂଗ୍ରେସକୁ ଟକ୍କର ଦେବେ ରାଜମାତା: ବିଜେପିକୁ ମିଳିଛି ମ୍ୟାଜିକ କାର୍ଡ – Kalinga News

[ad_1]

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ୫ମ ତାଲିକା ଜାରି କରିଛି। ଯେଉଁଥିରେ ୧୧୧ଜଣ ପ୍ର‌ାର୍ଥୀଙ୍କ ନାମ ରହିଛି।

ବିଜେପି ପଶ୍ଚିମବଙ୍ଗର କୃଷ୍ଣାନଗର ନିର୍ବାଚନମଣ୍ଡଳୀରୁ ରାଜମାତା ଅମୃତା ରାଏଙ୍କୁ ନିଜର ପ୍ରାର୍ଥୀ କରିଛି। ଯିଏକି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କୁ ଟକ୍କର ଦେବେ। ବିଜେପିର ଏହି ନିଷ୍ପତ୍ତିକୁ ମହୁଆ ମୈତ୍ରଙ୍କ ବିରୋଧରେ ଟ୍ରମ୍ପ କାର୍ଡ ବୋଲି କୁହାଯାଉଛି।

ଲୋକସଭା ନିର୍ବାଚନ‌ରେ ଚଳିତ ଥର ମହାରାଜା କୃଷ୍ଣାଚନ୍ଦ୍ରଙ୍କ ନାମ ସିଧ‌ାସଳଖ ଭାବେ ରାଜନୀତି ସହିତ ଯୋଡ଼ି ହୋଇଛି। ଅମୃତା ରାଏ କୃଷ୍ଣନଗରର ପ୍ରତିଷ୍ଠିତ ରାଜାଘରର ରାଜମାତା। ଅମୃତା ନିର୍ବାଚନ ଲଢ଼ିବାକୁ ନେଇ ଅନେକ ଦିନରୁ ଖବର ଚର୍ଚ୍ଚାର ପରିସରରେ ଥିଲା।

ଅମୃତ ରା‌ଏ ମାର୍ଚ୍ଚ ୨୦ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। କୃଷ୍ଣାନଗର ନିର୍ବାଚନମଣ୍ଡଳୀରୁ ଅମୃତା ରାଏ ନିର୍ବାଚନ ଲଢ଼ିଆବାକୁ ଓହ୍ଲାଇଛନ୍ତି। ଲୋକଙ୍କ କହିବାନୁସାରେ, ଅମୃତା ରାଏଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ବିଜେପି ପାଇଁ ଏହା ମ୍ୟାଜିକ କାର୍ଡ ଭଳି କାମ ଦେବ। ଯାହାକୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ରିଙ୍କୁ ଟକ୍କର ଦେବେ ବୋଲି କୁହାଯାଉଛି।

ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ର ୨୦୨୯ରେ ଲୋକସଭା ନିର୍ବାଚନରେ କୃଷ୍ଣାନଗର ନିର୍ବାଚନ ମଣ୍ଡଳୀରୁ ୬୧୪୮୭୨ ଭୋଟରେ ବିଜୟୀ ହୋଇଥିଲେ। ସେହି ସମୟରେ ବିଜେପିର କଲ୍ୟାଣ ଚୌ‌ବେଙ୍କୁ ପାଖାପାଖି ୫୫୧୬୫୪ ଭୋଟ ମିଳିଥିଲା। କଲ୍ୟାଣ ଚୌବେଙ୍କୁ ମହୁଆ ମୈତ୍ରି ୬୩୨୧୮ ଭୋଟରେ ହରାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button