ଅପରାଧ

ଦିଲ୍ଲୀରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତର ଘର ବାହାରେ ଉତ୍ତ୍ୟକ୍ତ ଜନତାଙ୍କ ବିକ୍ଷୋଭ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୪ ବର୍ଷର ନାବାଳିକାକୁ ତା’ର ଟ୍ୟୁସନ ଶିକ୍ଷକଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଶନିବାର ଘଟିଥିବା ଏହି ଘଟଣା ପୂର୍ବ ଦିଲ୍ଲୀର ଟ୍ୟୁସନ ଶିକ୍ଷକଙ୍କ ପାଣ୍ଡବ ନଗର ଘରେ ଘଟିଥିବା ଜାଣିବାକୁ ମିଳିଛି।

ଏହି ଘଟଣା ଜଣାପଡ଼ିବା ପରେ ଶତାଧକ ଉତ୍ତ୍ୟକ୍ତ ଜନତା ରବିବାର ଅଭିଯୁକ୍ତଙ୍କ ଘର ବାହାରେ ଦୁଷ୍କର୍ମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ ଜନତା ଉକ୍ତ ଅଞ୍ଚଳରେ କାର୍‌ ଓ ଅଟୋଗୁଡ଼ିକୁ ନଷ୍ଟ କରିଥିବା ବେଳେ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।

ଶିକ୍ଷୟିତ୍ରୀ ବାହାରେ ଥିବା ବେଳେ ତାଙ୍କ ଭାଇ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିବା ସହ ଏ ବିଷୟରେ କାହାକୁ ନ କହିବାକୁ ଧମକ ଦେଇଥିଲେ। ତେବେ, ପୀଡ଼ିତା ୪ ବର୍ଷର ନାବାଳିକା ଜଣକ ତାଙ୍କ ପିତାମାତାଙ୍କୁ ଘଟଣା ସଂପର୍କରେ ଆସି କହିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି ଘଟଣାର ଫାଇଦା ନେଇ ବାତାବରଣକୁ ଖରାପ କରିବା ପାଇଁ ହ୍ଵାଟ୍‌ସଆପ୍‌ ଜରିଆରେ କିଛି ଉତ୍ତେଜନାମୂଳକ ମେସେଜ୍‌ ପଠାଯାଉଛି ବୋଲି କହିବା ସହ ପୁଲିସ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button