ଦେଶ- ବିଦେଶ

କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ମାର୍ଚ୍ଚ ୩୧ରେ ଇଣ୍ଡିଆ ମେଣ୍ଟର ‘ମହା ରାଲି’ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ବିରୋଧୀ ଇଣ୍ଡିଆ ମେଣ୍ଟ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଦିଲ୍ଲୀର ରାମଲିଳା ମଇଦାନରେ ଏକ ବିଶାଳ ରାଲି ରଖିଛି। ଏନେଇ ଆଜି ଇଣ୍ଡିଆ ମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଇଣ୍ଡିଆ ମେଣ୍ଟ ସହଯୋଗୀ ଆପ୍ ଏବଂ କଂିଗ୍ରେସ ଦଳ ଆଜି ଏହି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗତ ମାର୍ଚ୍ଚ ୨୧ ତାରିଖରେ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ। ପ୍ରବର୍ତ୍ତନ ନିଇର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ୬ ଦିନ ରିମାଣ୍ଡରେ ନେଇଛି। ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ହାଜତରେ ରହିବେ। ଅନ୍ୟପକ୍ଷେ କେଜ୍ରିୱାଲ ଇଡି ରିମାଣ୍ଡକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଜରୁରୀ ଶୁଣାଣି କରିବାପାଇଁ କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେଜ୍ରିୱାଲଙ୍କ ଗିରଫକୁ ବିରୋଧଡ଼ କରି ଆପ ନେତା ଗୋପାଳ ରାୟ କହିଛନ୍ତି, ଗଣତନ୍ତ୍ର ଏବଂ ଦେଶ ଏବେ ବିପଦରେ। ଇଣ୍ଡିଆ ମେଣ୍ଟ ଦଳ ଗୁଡ଼ିକ ଦେଶର ସ୍ବାର୍ଥ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ମହା ରାଲି କରିବେ। କଂଗ୍ରେସର ଦିଲ୍ଲୀ ମୁଖ୍ୟ ଅରବିନ୍ଦର ସିଂହ ଲବ୍ଲି କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ମହାରାଲି ରାଜନୈତିକ ନୁହେଁ ବରଂ ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଏହା ଏକ ମାଧ୍ୟମ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button