ଖେଳ ଖବର

ଆଇପିଏଲ୍-୨୦୨୪ର ଚତୁର୍ଥ ମ୍ୟାଚ୍: ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ , ପ୍ରଥମେ ବ୍ୟାଟିଂ – Kalinga News

[ad_1]

ଜୟପୁର: ଭାରତୀୟ ପ୍ରିମିୟର ଲିଗ୍ ୨୦୨୪(ଆଇପିଏଲ୍୨୦୨୪) ର ଚତୁର୍ଥ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (ଏଲଏସଜି)ସହିତ ମୁହାଁମୁହିଁ ହୋଇଛି। ଏହି ମ୍ୟାଚ୍ ରାଜସ୍ଥାନର ହୋମ୍ ଗ୍ରାଉଣ୍ଡ, ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଆରମ୍ଭ ଖେଳାଯାଉଛି।
ଆରଆର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଲଏସଜି ଟିମ୍ ଅଧିନାୟକ କେ.ଏଲ୍ ରାହୁଲଙ୍କ ନେତୃତ୍ବରେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ରାଜସ୍ଥାନ ରୟାଲ୍ସର ପ୍ଲେଇଙ୍ଗ୍ ୧୧ରେ ଯଶସ୍ୱୀ ଜୈସୱାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ୱିକେଟକିପର / ଅଧିନାୟକ), ରିଆନ୍ ପାରାଗ, ଶିମ୍ରନ୍ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ସନ୍ଦୀପ ଶର୍ମା, ଆଭେଶ ଖାନ, ଟ୍ରେଣ୍ଟ ବୋଲ୍ଟ, ୟୁଜଭେନ୍ଦ୍ର ଚହଲ ରହିଛନ୍ତି।

ସେହିପରି ଲ‌କ୍ଷ୍ନୌ ସୁପର ଜ୍ୟାଣ୍ଟସ ପ୍ଲେଇଙ୍ଗ୍ ୧୧ରେ କେ.ଏଲ୍ ରାହୁଲ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ଦେବଦତ୍ତ ପାଦିକ୍କଲ୍, ଆୟୁଷ ବାଡୋନି, ମାର୍କସ୍ ଷ୍ଟୋଇନିସ୍, ନିକୋଲାସ୍ ପୁରାନ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଷ୍ଣୁ, ମୋହସିନ୍ ଖାନ୍, ନବୀନ-ଉଲ୍-ହକ୍, ୟଶ ଠାକୁର ରହିଛନ୍ତି।

ଉଭୟ ଦଳ ମ୍ୟାଚ୍ ଜିତିବାର ଉଦ୍ୟମ କରିବେ। ପୂର୍ବରୁ ଉଭୟ ଦଳ ୩ ଥର ପରସ୍ପରକୁ ଭେଟିଛନ୍ତି। ସେଥି ମଧ୍ୟରୁ ରାଜସ୍ଥାନ ରୟାଲ୍ସ ୨ ଟି ମ୍ୟାଚ୍ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୧ ମ୍ୟାଚ୍ ଜିତିଛି ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button