ମନୋରଞ୍ଜନ

ଜାମିନ ପାଇ ଘରକୁ ଫେରିବା ପରେ ସେଲଫି ସେୟାର କରି ଏଲଭିଶ ଫ୍ୟାନ୍ସଙ୍କୁ ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ମୁମ୍ବାଇ : ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ଗତ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ନୋଏଡା ପୁଲିସ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ୧୪ଦିନିଆ ରିମାଣ୍ଡରେ ପଠାଯାଇଥିଲା।

୫ଦିନ ଜେଲରେ ରହିବା ପ‌ରେ  ଶୁକ୍ରବାର ମାର୍ଚ୍ଚ ୨୨ରେ ତାଙ୍କୁ ଜାମିନ ମିଳିଥିଲା। ଜାମିନ ପାଇ ଘରକୁ ଫେରିବା ପରେ ସୋସିଆଲ ମିଡିଆରେ ଏକ ସେଲଫି ପୋଷ୍ଟ କରି ଏଲଭିସ୍ ପ୍ରତିକ୍ରିୟା ଦେଇ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଇନଷ୍ଟାଗ୍ରାମରେ ଏଲଭିସ୍ ଯାଦବ ସେଲଫି ସେୟାର କରି ଟୁଇଟ କରି ନିଜର ଫ୍ୟାନ୍ସମ‌ାନଙ୍କୁ କହିଛନ୍ତି, ‘ ମୁଁ ଠିକ ଅଛି। ଆପଣମାନେ ଚିନ୍ତା କରିବାର କୌଣସି କାରଣ ନାହିଁ।  ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ।’

 

ପୂର୍ବରୁ ତାଙ୍କ ବି‌ରୋଧରେ ଆରୋପକୁ ଅସ୍ବୀକାର କରୁଥିବା ଏଲଭିସ୍ ଗିରଫ ପରେ କିନ୍ତୁ  ସମସ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୮ରେ ନୋଏଡା ପୁଲିସ ଏକ ରେଭ ପାର୍ଟିରେ ସାପ ବିଷ ବ୍ୟବହାରକୁ ନେଇ ଏକ ମାମଲା ରୁଜୁ କରିଥିଲା। ଏଥିରେ ଏଲଭିଶ ଯାଦବ ମଧ୍ୟ ଜଣେ ଅଭିଯୁକ୍ତ ଥିଲେ। ଏହି ମାମଲାରେ ରାହୁଲ, ଟିଟୁନାଥ, ଜାକରନ୍, ନାରାୟଣ ଏବଂ ରବିନାଥଙ୍କ ସମେତ ସାପ ବିଷ ସହିତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button