ରାଜନୀତି

ଗାଦି ଛାଡ଼ିଲି, ପୁଅକୁ ଦେଲି: ସୁର – Kalinga News

[ad_1]

ଖୋର୍ଦ୍ଧା: ‘ଜଟଣୀ ଗାଦି ଛାଡ଼ିଲି। ଯେଉଁ ଗାଦିରେ ବସି ବର୍ଷ ବର୍ଷ ହେଲା ଜନତାଙ୍କର ସେବା କରି ଆସୁଥିଲି, ତାକୁ ଆଜିଠୁ ପୁଅକୁ ଦେଉଛି। ଜନତାଙ୍କ ସାମ୍ନାରେ ଘୋଷଣା କରୁଛି, ଆଜିଠୁ ସେ ଆପଣମାନଙ୍କ କଥା ବୁଝିବ।’ ଜଟଣୀ ବ୍ଲକ୍‌ ଗଙ୍ଗପଡ଼ା ସ୍ଥିତ ଲଟା ଭୁଆସୁଣୀଙ୍କଠାରେ ଶୁକ୍ରବାର ସୁର ପରିବାର ପକ୍ଷରୁ ଆୟୋଜିତ ବିରାଟ ସମ୍ବର୍ଦ୍ଧନା ସଭାରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଏହା ପ୍ରକାଶ କରିଛନ୍ତି। ଦୀର୍ଘ ପ୍ରାୟ ୫୦ ବର୍ଷର ରାଜନୀତି କ୍ୟାରିୟରରୁ ଅବସର ନେବା ଅବସରରେ ଆୟୋଜିତ ସମ୍ବର୍ଧନା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି, ସାନପୁଅ କ୍ୟାପ୍‌ଟେନ୍‌ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ, ସେ ଯେଉଁ ଦଳରୁ ଚାହିଁବ ସେ ଦଳରୁ ଠିଆ ହେବ। ସେ ସ୍ବାଧୀନଚେତାରେ କାମ କରିବ। ବାପା ହିସାବରେ ସେ ଯେଉଁ ଦିନ ଡାକିବ, ଯେଉଁ ଦଳ ଥାଇ ଡାକିବ ମୁଁ ନିଶ୍ଚିତ ଯିବି। ହେଲେ ମୁଁ କଂଗ୍ରେସରେ ଥିଲି, ଆଉ ରହିଥିବି। ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଶ୍ରୀ ରାଉତରାୟଙ୍କ ଏ ପ୍ରକାର ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ସାନ ପୁଅ ମନ୍ମଥ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଶତ ପ୍ରତିଶତ ଅଣ୍ଟା ଭିଡ଼ିଲେଣି, ଶୁକ୍ରବାର ଦିନର ସମ୍ବର୍ଧନା ଉତ୍ସବ ଏହା କେବଳ ସୂଚାଇ ଦେଉ ନାହିଁ, ବରଂ ସୁରଙ୍କ ସାନପୁଅ କଂଗ୍ରେସ ଛାଡ଼ି ଅନ୍ୟ ଦଳରୁ ଲଢ଼ିବାର ସଙ୍କେତ ଦେଉଛି। ଜଟଣୀ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରଜମୋହନ ମଙ୍ଗରାଜ, ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଲ୍ଲାସମଣି ମଲ୍ଲିକ, ଜ୍ୟୋତିର୍ମୟୀ ଛୋଟରାୟ, ପୂର୍ବତନ ପୌରାଧ୍ୟକ୍ଷ ଡ. ଗୌରୀପ୍ରସାଦ ସିଂହ, ବିଧାୟକଙ୍କର ସେକ୍ରେଟାରି କଳିଙ୍ଗ ସାହୁ, ବୃନ୍ଦାବନ ସାହୁ, ସୁନୀଲ ରାଉତରାୟଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ସୁର କଥାରେ ତାଳ ମିଳାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button