ସ୍ୱାଭିମାନ ସହ ଯୋଡ଼ି ହୋଇରହିଛି ଆମ ଅସ୍ମିତା: ଧର୍ମେନ୍ଦ୍ର – Kalinga News
[ad_1]
‘ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଭାଷା ଓ ସଂସ୍କୃତି ଆମର ଅସ୍ମିତା। ଆମ ଅସ୍ମିତା ସବୁବେଳେ ସ୍ୱାଭିମାନ ସହ ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ଆଜି ଭୁବନେଶ୍ବରରେ ଆମେ ଓଡ଼ିଆ ସଂଗଠନ ପକ୍ଷରୁ ଆୟୋଜିତ ‘ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡ଼ିଶାର ୮ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ହେଉଛନ୍ତି ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ, ତାଳଚେରରୁ ଅଯୋଧ୍ୟା ପର୍ଯ୍ୟନ୍ତ ଖାଲିପାଦରେ ଯାତ୍ରା କରିଥିବା ଶୁଭମ୍ ସାହୁ, ଦେବଗଡ଼ର ପର୍ବତାରୋହୀ ଶଶିଭୂଷଣ ମାଝୀ, ବାଲେଶ୍ୱର ଏଫ୍ଏମ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଫେସର ଭାରତୀବାଳା ପଟ୍ଟନାୟକ, ବ୍ରହ୍ମପୁରର ସମାଜସେବୀ ଗଗନ ପାତ୍ର, କେନ୍ଦ୍ରାପଡ଼ାର ଲେଖକ ତଥା ପରିବେଶବିତ୍ ସାଗର ପ୍ରଧାନ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ସୌମ୍ୟ ଜେନା ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ଆୟୁଷ୍ମତୀ ନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ ହୁଅନ୍ତୁ କିମ୍ବା ନୂଆ କିସମର କେଞ୍ଚୁଆ ଆବିଷ୍କାର କରି ଓଡ଼ିଶାରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆୟୁଷ୍ମତୀ ନାୟକ ହୁଅନ୍ତୁ ଅବା କ୍ୟାନସର ରୋଗଙ୍କୁ ଶୀଘ୍ର ଚିହ୍ନଟ କରିବା ପାଇଁ ଯୋଜନା କରୁଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ସୌମ୍ୟ ଜେନାଙ୍କ ଭଳି ଯୁବ ପ୍ରତିଭାଙ୍କ କାର୍ଯ୍ୟ ମୋର ଆତ୍ମବିଶ୍ୱାସକୁ ବଢାଇଛି। ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଭାବ ବଢ଼ାଇବା ଲକ୍ଷ୍ୟରେ ଆଗଭର ତାଳଚେରର ଶୁଭମ୍ ସାହୁ, ଦେବଗଡ଼ର ପର୍ବତାରୋହୀ ଶଶିଭୂଷଣ ମାଝୀ, ଯୁବକଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନ ଦେଖୁଥିବା କେନ୍ଦ୍ରାପଡ଼ାର ଲେଖକ ଓ ପରିବେଶବିତ ସାଗର ପ୍ରଧାନ, ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗଙ୍କୁ ମାଗଣାରେ ସେବା ଦେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗଗନ ପାତ୍ର ତଥା କଣ୍ଢେଇ କଳା ମାଧ୍ୟମରେ ଲୋକଙ୍କ ସମସ୍ୟାର ରାସ୍ତା ବାହାର କରିବା ପାଇଁ ଦାୟିତ୍ୱ ନେଇଥିବା ଏଫ୍ଏମ୍ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଭାରତୀବାଳା ପଟ୍ଟନାୟକ ଓଡ଼ିଆର ଆଗକୁ ଦେଖିବାର ଚରିତ୍ରକୁ ବଜାୟ ରଖିଛନ୍ତି। ଉତ୍କଳ ଦିବସରେ ଏହା ଆମ ପାଇଁ ପ୍ରେରଣାର ଚିତ୍ର।
ଓଡ଼ିଆ ଜାତି ଓ ସଭ୍ୟତାରେ ବିଶ୍ୱାସ ରଖୁଥିବା ପିଲାମାନେ କେବେ ସ୍ୱାଭିମାନ ସହ ବୁଝାମଣା କରିନାହିଁ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବା ପାଇଁ ଆଉ ୧୨ ବର୍ଷ ବାକି ଅଛି। ଓଡ଼ିଶାକୁ ଆଗକୁ ନେବା ପାଇଁ ସମ୍ମାନିତ ହୋଇଥିବା ଯୁବ ବନ୍ଧୁଙ୍କ ସ୍ୱପ୍ନ ଓ ବଡ଼ ଭାବିବାର ଅଭିଳାଷ ପ୍ରଶଂସନୀୟ। ଦେଶର ଅର୍ଥନୀତି ଖୁବ ଶୀଘ୍ର ବିଶ୍ବର ତିନି ନମ୍ବର ଅର୍ଥନୀତି ହେବ। ସେହି ସମୟରେ କ’ଣ ଆବଶ୍ୟକ ହେବ, ଏହା ଉପରେ ଆମକୁ ଭାବିବାକୁ ପଡ଼ିବ। ବାଇମୁଣ୍ଡି, ଧର୍ମପଦ, ମଧୁବାବୁ କେବେ ହେଲେ ନିଜ କଥା ଭାବିନଥିଲେ। ସମାଜ କଥା ଭାବିଥିଲେ। ବଡ଼ ଭାବିବା ପାଇଁ ହେଲେ ବଡ଼ ସ୍ୱପ୍ନ ଦେଖିବାକୁ ହେବ। ଓଡ଼ିଆ ସମାଜର ସହଯୋଗରେ ଓଡ଼ିଶାକୁ ୧୦୦ ବର୍ଷ ପୂରିବା ବେଳେ ୧୦୦ କୋଟି ଟଙ୍କା ରୋଜଗାର କରୁଥିବା ୧୦୦ ପିଲା ତିଆରି କରିବା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ସାମୂହିକ ଦାୟିତ୍ୱ ନେଇ ଓଡ଼ିଶାକୁ ବଡ଼ କରିବା, ପ୍ରଗତିର ଶୀର୍ଷକୁ ନେବା, ପୁରୁଷାର୍ଥ ଓ ପରିଶ୍ରମ ବଳରେ ବିଶ୍ୱରେ ନିଜର ସ୍ଥାନ ନିରୁପଣ କରିବା ପାଇଁ ଶପଥ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।
[ad_2]