ବିଜେପିର ଟିକେଟ୍ କସରତ ଆରମ୍ଭ: ଦିଲ୍ଲୀ ଗଲେ ମନମୋହନ – Kalinga News

[ad_1]
ଭୁବନେଶ୍ବର: ମେଣ୍ଟ ଦ୍ବନ୍ଦ୍ବ ଦୂର ହେଲା ପରେ ବିଜେପି ତା’ର ଟିକେଟ୍ ଚୂଡ଼ାନ୍ତ କରିବାକୁ କସରତ ଚଳାଇଛି। ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଉଭୟ ଯୋଗ ଦେଇଛନ୍ତି। ବିଜେପିର ପ୍ରକାଶ ପାଇବାକୁ ଥିବା ପ୍ରାର୍ଥୀ ତାଲିକାରେ ଏଥର ଓଡ଼ିଶାର କିଛି ଆସନର ନାମ ରହିବ ବୋଲି ଅନୁମାନ କରାଯାଉଛି। ତେବେ ବିଧାନସଭା ଟିକେଟ୍ ଏବେ ଚୂଡ଼ାନ୍ତ ହେବାର ସମ୍ଭାବନା କମ୍।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ସରଗରମ ଥିଲା ବେଳେ ଗତ ୧୬ ତାରିଖରେ ଭୁବନେଶ୍ବରରେ ବିଜେପିର ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ଲୋକସଭା ଓ ବିଧାନସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି ବୋଲି ସଭାପତି ଓ ଅନ୍ୟ ବରିଷ୍ଠ ନେତାମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ମେଣ୍ଟ ସମ୍ପର୍କରେ ଶୀର୍ଷ ସ୍ତରରେ ଆଲୋଚନା ଚାଲିଥିବାରୁ ଏହି ପ୍ରାର୍ଥୀ ତାଲିକାକୁ ନେଇ ସନ୍ଦେହ ରହିଥିଲା। ଆହୁରି ମଧ୍ୟ ବିଜେପି ତିନିଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି ଓଡ଼ିଶାରେ କାହାରି ନାମ ସେଥିରେ ନଥିଲା। ଏବେ ମେଣ୍ଟ ଚର୍ଚ୍ଚା ହଟିଲା ପରେ ଓଡ଼ିଶାର ପ୍ରାର୍ଥୀଙ୍କ ନାମ ନିଶ୍ଚିତ ତାଲିକାରେ ରହିବ ବୋଲି ଅନୁମାନ କରାଯାଉଛି। ଯେହେତୁ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ରହିଛି, ତେଣୁ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବ ହୋଇପାରେ।
ପ୍ରାର୍ଥୀଙ୍କ ନାମ ଘୋଷଣା ଆରମ୍ଭ ହେଲା ପରେ ପୂରା ଦମ୍ରେ ବିଜେଡି ସହ ମୁକାବିଲା କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି। ରାଜ୍ୟ ସରକାରଙ୍କ ଦୁର୍ବଳତାକୁ ନେଇ ଆକ୍ରମଣ ଜୋର୍ଦାର କରିବାକୁ ଦଳ ଯୋଜନା କରିଛି। ଯେହେତୁ ପ୍ରଥମ ତିନି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ନାହିଁ, ତେଣୁ କେନ୍ଦ୍ରୀୟ ନେତାମାନେ ଟିକେ ବିଳମ୍ବରେ ଓଡ଼ିଶା ଆସିବେ। ତାହା ପୂର୍ବରୁ ନିର୍ବାଚନମଣ୍ଡଳୀଗୁଡ଼ିକରେ ପ୍ରଚାର ତ୍ବରାନ୍ବିତ କରାଯିବ। ଦଳର ବରିଷ୍ଠ ନେତାଙ୍କ ଭିତରେ କିପରି ସମନ୍ବୟ ରହି ନିର୍ବାଚନ ପରିଚାଳନା କରାଯିବ, ତାହା ଉପରେ ଗୁରୁତ୍ବାରୋପ କରାଯାଉଛି।
[ad_2]