ଖେଳ ଖବର

କୋହଲିଙ୍କ ୧୨,୦୦୦ ରନ୍‌ ମାଇଲ୍‌ଖୁଣ୍ଟ – Kalinga News

[ad_1]

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି ଟ୍ବେଣ୍ଟି-୨୦ ଫର୍ମାଟରେ ୧୨ ହଜାର ରନ୍‌ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କୋହଲି ୨୧ ରନ୍‌ ସଂଗ୍ରହ କରିଥିଲେ। ଫଳରେ ୩୭୭ତମ ମ୍ୟାଚ୍‌ରେ ତାଙ୍କର ଟ୍ବେଣ୍ଟି-୨୦ ରନ୍‌ ୧୨,୦୧୫ରେ ପହଞ୍ଚିଛି। ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ କୋହଲି ବିଶ୍ବରେ ଷଷ୍ଠ ଖେଳାଳି ହୋଇଛନ୍ତି। କୋହଲିଙ୍କ ଉପରକୁ କ୍ରିସ୍‌ ଗେଲ୍‌ (୧୪,୫୬୨), ସୋଏବ ମଲ୍ଲିକ (୧୩,୩୬୦), କିରଣ ପୋଲାର୍ଡ (୧୨,୯୦୦), ଆଲେକ୍ସ‌ ହେଲ୍ସ (୧୨,୩୧୯), ଡେଭିଡ୍‌ ୱାର୍ଣ୍ଣର (୧୨,୦୬୫) ରହିଛନ୍ତି। ଅନ୍ୟତମ ଭାରତୀୟ ରୋହିତ ଶର୍ମା (୧୧୧୫୬) ଦ୍ବିତୀୟ ଭାରତୀୟ ହେବା ସମ୍ଭାବନା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button