ଖେଳ ଖବର

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ୍‌ ଉଦ୍‌ଘାଟିତ: ଅକ୍ଷୟ, ଟାଇଗର, ଏଆର୍‌, ସୋନୁ ଝୁମାଇଲେ – Kalinga News

[ad_1]

ଚେନ୍ନାଇ: ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଶୁକ୍ରବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଶ୍ବର ଧନି କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ ଉଦ୍‌ଘାଟିତ ହୋଇଯାଇଛି। ‘ୱାଣକମ ଚେନ୍ନାଇ’ ଧୁମ୍‌ରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ ଉତ୍ସବରେ ବଲିଉଡ୍‌ ତାରକା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଗାୟକ ଏଆର୍‌ ରହମାନ ଓ ସୋନୁ ନିଗମ ନିଜ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ବଳରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କୁ ଝୁମାଇଥିଲେ। ଅକ୍ଷୟ ଓ ଟାଇଗରଙ୍କ ଆଗାମୀ ଚଳଚ୍ଚିତ୍ର ‘ବଡେ ମିଆଁ ଛୋ‌‌ଟେ ମିଆଁ’ର ଏକ ଗୀତରୁ ଉଭୟ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଅକ୍ଷୟ ପରେ ‘ଭୁ‌ଲ୍‌ ଭୁଲୈୟା’ ଓ ‘ଦେଶୀ ବୟଜ୍‌’ ଗୀତରେ ମଞ୍ଚ ଦୁଲୁକାଇଥିଲେ। କ୍ରିକେଟ୍‌ ପଡ଼ିଆକୁ ବାଇକ୍‌ ଚଲାଇ ଅକ୍ଷୟ ପ୍ରବେଶ କରିଥିଲା ବେଳେ ତାଙ୍କ ପଛରେ ବସି ଟାଇଗର ଭାରତ ପତକା ହଲାଇଥିଲେ। ଷ୍ଟାଡିୟମ୍‌ ଦର୍ଶକ ‘ସବ୍‌‌ସେ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତରେ ଝୁମି ଉଠିଥିଲେ। ସୋନୁ ନିଗମଙ୍କ କଣ୍ଠରେ ‘ବନ୍ଦେ ମାତରମ୍‌’ ବାହାରିବା ମାତ୍ରେ ଏହାର ତାଳେ ତାଳେ ଅକ୍ଷୟ ଓ ଟାଇଗର ନାଚିଥିଲେ। କିଂବଦନ୍ତି ଗୀତିକାର ଏଆର୍‌ ମଞ୍ଚରେ ‌ମୋହିତ ଚୌହାନଙ୍କ ସହ ‘ମା ତୁଝେ ସଲାମ’ ଗାନ କରିଥିଲେ। ଏହାପରେ ସେ ରଜନୀକାନ୍ତଙ୍କ ବ୍ଲକ୍‌ବ‌ଷ୍ଟର ‘ବଲ୍ଲେ ଲାକା’ ଏବଂ ନିଜର ପ୍ରିୟ ‘ଜୟ ହୋ’ ଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଜୟ ସାହାଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button