ମନୋରଞ୍ଜନ

ଲୋକଙ୍କ କଥାର ଉଚିତ ଜବାବ ଦେଲେ ସୈଫ୍‌ ତନୟା ସାରା – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଆମେ ସମସ୍ତେ ଜାଣନ୍ତି। ତାଙ୍କ ବାପା ସୈଫ୍‌ ଅଲ୍ଳୀ ଖାନ୍‌ ଜଣେ ମୁସ୍‌ଲମାନ ହୋଇଥିବା ବେଳେ ମାଆ ଅମୃତା ସିଂହ ହେଉଛନ୍ତି ହିନ୍ଦୁ। ଅଭିନେତ୍ରୀ ତାଙ୍କର ପୂରା ନାମ ସାରା ଅଲ୍ଲୀ ଖାନ୍‌ ଲେଖୁଥିବାରୁ ଅଧିକାଂଶ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ହେଲେ ଏକ ସାକ୍ଷାତକାରରେ ସେ ଏହାର କଡ଼ା ଜବାବ ଦେଇଛନ୍ତି।

ସାରାଙ୍କ କହିବା କଥା ହେଲା ସେ ଏକ ଧର୍ମନିରପେକ୍ଷ, ଲୋକତନ୍ତ୍ର ଗଣରାଜ୍ୟ ପରିବାରରେ ଜନ୍ମଲାଭ କରିଛନ୍ତି। ଭୁଲ୍‌ ବିରୋଧରେ ଛିଡ଼ା ହେବାର ସାହସ ତାଙ୍କ ଭିତରେ ଅଛି। କେବଳ ନିଜ ସହ ନୁହେଁ, ଆଖପାଖ ଲୋକଙ୍କ ସହ ହେଉଥିବା ଅନ୍ୟାୟ ବିରୋଧରେ ବି ସେ ଲଢ଼ିପାରନ୍ତି ବୋଲି କହିଛନ୍ତି। ଲୋକଙ୍କୁ ତାଙ୍କ କାମ ପସନ୍ଦ ନଆସିଲେ ତାହା ତାଙ୍କ ଉପରେ ପ୍ରଭାବ ପକାଏ। ମାତ୍ର ତାଙ୍କର ବ୍ୟକ୍ତିଗତ କଥାକୁ ନେଇ କିଏ କିଛି ସମାଲୋଚନା କଲେ ସେ ଆଦୌ ବି ବିବ୍ରତ ନୁହଁନ୍ତି ବୋଲି ପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button