ମନୋରଞ୍ଜନ

ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ ବାଦାମ ସେକ୍‌, ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଛୋଟ ପିଲାମାନେ କ୍ଷୀର ପିଇବାକୁ ନାକ ଟେକନ୍ତି। କିନ୍ତୁ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ଏବଂ ବିକାଶ ପାଇଁ ବହୁତ ଜରୁରୀ ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ବାଦାମ ସେକ ପ୍ରସ୍ତୁତି ପ୍ରଣାଳୀ ନେଇ ଆସିଛୁ। ଯାହା କ୍ଷୀରର ଅଭାବକୁ ପୂରା କରିବ। ଆସନ୍ତୁ ଜାଣିବା ବାଦାମ ସେକ୍‌ କିପରି ବନାଇବା।

ଆବଶ୍ୟକ ସାମଗ୍ରୀ

  1. ଅଳ୍ପ ବାଦାମ (ରାତିରେ ଭିଜାଇ ରଖିଥିବା)
  2. ୩ କପ୍‌ କ୍ଷୀର
  3. ୧/୪ ଟେବୁଲ ଚାମଚ ଅଳେଇଚ ପାଉଡର
  4. ଦେଢ଼ ଟେବୁଲ ସ୍ପୁନ କଷ୍ଟାର୍ଡ ପାଉଡର
  5. ଏକ ଚିମୁଟାଏ କେସର
  6. ୧/୪ କପ୍‌ ତାଜା କ୍ରୀମ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ନନ-ଷ୍ଟିକ ପ୍ୟାନରେ ୨ କପ୍‌ କ୍ଷୀର ଗରମ କରନ୍ତୁ। ସେଥିରେ ଅଳେଇଚ ପାଉଡର ଏବଂ କଷ୍ଟାର୍ଡ ପାଉଡର ପକାନ୍ତୁ। ଏହି ମିଶ୍ରଣକୁ ୧୦-୧୫ ମିନିଟ୍‌ ପାଇଁ ଧୀମା ଆଞ୍ଚରେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଚଲାନ୍ତୁ। ଏବେ ଏକ ବ୍ଲେଣ୍ଡରେ ବାଦାମ ଏବଂ କ୍ଷୀର ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ ପ୍ରସ୍ତୁତ ହୋଇଥିବା ଘୋଳକୁ କ୍ଷୀରର ଏହି ମିଶ୍ରଣକୁ ମିକ୍ସ କରନ୍ତୁ। ଏହାକୁ ୫ ମିନିଟ୍‌ ପଯ୍ୟର୍ନ୍ତ ଧୀମା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ କେସର ପକାନ୍ତୁ ଏବଂ ଏହାକୁ ଏକ ମିନିଟ୍‌ ପାଇଁ ଆଞ୍ଚରେ ରଖନ୍ତୁ। ଏଥିରେ ତାଜା କ୍ରିମ ପକାଇ ମିକ୍ସ କରନ୍ତୁ। ପ୍ୟାନକୁ ଆଞ୍ଚରୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏହାକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏହାକୁ କିଛି ସମୟ ଫ୍ରିଜରେ ରଖି ଗ୍ଲାସକୁ ବାହାର କରି ଅଳେଇଚ ପାଉଡର ଏବଂ କେସର ପକାଇ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button