ରାଜନୀତି

ଲୋକଙ୍କ ପାଖକୁ ଯାଅ: ନବୀନ – Kalinga News

[ad_1]

କୋରାପୁଟ, ନବରଙ୍ଗପୁର ନେତାଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହେଉନି। ଶୀର୍ଷ ସ୍ତରରେ ଆଲୋଚନା ଜାରି ରହିଥିବା ସଙ୍କେତ ମିଳୁଛି। ଅନ୍ୟପଟେ ନିର୍ବା‌ଚନ ପାଇଁ ବିଜେଡି ତା’ର ସାଂଗଠନିକ ପ୍ରସ୍ତୁତି ଜୋର୍‌ଦାର କରିଛି। ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଦିନତମାମ ସାଂଗଠନିକ କସ୍‌ରତ ଚଳାଇଛନ୍ତି। ସୋମବାର ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ ‌କ୍ଷେତ୍ରର ସମୀକ୍ଷା ପରେ ଆଜି କୋରାପୁଟ ଓ ନବରଙ୍ଗପୁର ପାଳି ଥିଲା। ପୂର୍ବାହ୍ନରେ କୋରାପୁଟ ଓ ଅପରାହ୍ନରେ ନବରଙ୍ଗପୁରର ସମୀକ୍ଷା କରିଥିଲେ ନବୀନ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ୧୪ଟି ବିଧାନସଭା ଆସନର ସ୍ଥିତି ସମୀକ୍ଷା ହୋଇଥିଲା। ସବୁଠି ବିଜେଡିର ପ୍ରଦର୍ଶନ ଯେମିତି ସର୍ବଶ୍ରେଷ୍ଠ ରହିବ, ସେଥିପାଇଁ ରୋଡ୍‌ମ୍ୟାପ୍ ବି ପ୍ରସ୍ତୁତ କରାଯାଇଥିଲା। ବୁଥ୍‌ ସ୍ତରରେ ନେତାମାନେ କି କି କାମ କରିବେ ତାହାର ବ୍ଲୁ ପ୍ରିଣ୍ଟ୍‌ ସେମାନଙ୍କୁ ଧରାଇ ଦିଆଯାଇଛି। ମତଦାନ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ଶ୍ରୀ ପଟ୍ଟନାୟକ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ଗତ ପାଞ୍ଚଟି ନିର୍ବାଚନ ତୁଳନାରେ ଏଥର ଆହୁରି ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଥିଲେ। କୌଣସି ପରିସ୍ଥିତିରେ ନିର୍ବାଚନମଣ୍ଡଳୀ ନ ଛାଡ଼ିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜେ଼ଡି ଯେଭଳି ଜିତିବ, ତାହାକୁ ନିଶ୍ଚିତ କରିବା ଲାଗି ନବୀନ ତାଗିଦ୍ କରିଥିଲେ।

ଏହି ସମୀକ୍ଷା ବୈଠକ‌ରେ ଜିଲ୍ଲା ପର୍ଯ୍ୟବେକ୍ଷକ, ବିଧାୟକ ଓ କିଛି ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଥିଲା। ୨୦୧୯ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେଡି ହାରିଯାଇଥିଲା। ଏଠାରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଏଥର ଏହି ଆସନରେ ଯେପରି ଭଲ ପ୍ରଦର୍ଶନ ହେବ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ଯଦିଓ ଟିକେଟ୍‌ ବଣ୍ଟନ ନେଇ ସିଧାସଳଖ କୌଣସି ସୂଚନା ଦିଆଯାଇ ନଥିଲା, ତେବେ ପରୋକ୍ଷ ଇଙ୍ଗିତ ଦିଆଯାଇଥିବା ଜଣାପଡ଼ିଛି। ବୁଥ୍‌ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ଜୋର୍‌ଦାର କରିବାକୁ ନେତାମାନଙ୍କୁ ସଭାପତି ପରାମର୍ଶ ଦେଇଥିଲେ। ୨୦୧୯ରେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନରେ ୫ଟି ଆସନରେ ବିଜେଡି ଜିତିଥିଲା ବେଳେ କଂଗ୍ରେସ ଗୋଟିଏ ଓ ସ୍ବାଧୀନ ଗୋଟିଏ ଆସନରେ ବିଜୟ ହାସଲ କରିଥିଲେ। ସେହିପରି ଅପରାହ୍ନରେ ନବରଙ୍ଗପୁରର ସବୁ ନେତାଙ୍କୁ ଡାକି ସମୀକ୍ଷା କରାଯାଇଥିଲା। ଆଜିର ସମୀକ୍ଷା ବୈଠକରେ ମେଣ୍ଟ ସମ୍ପର୍କରେ କିଛି ଆଲୋଚନା ହୋଇନଥିଲା। ଦଳ ଯେପରି ସବୁ ଆସନରେ ଭଲ ପ୍ରଦର୍ଶନ କରିବ, ସେଥିପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button