ଘରର ପୂଜା ସ୍ଥାନରେ ରଖନ୍ତୁ ଶଙ୍ଖ, ଦୂର ହେବ ଆର୍ଥିକ ସମସ୍ୟା

ହିନ୍ଦୁ ଧର୍ମରେ ଭଗବାନଙ୍କ ଉପାସନା କରିବା ପାଇଁ ଭିନ୍ନ ଭିନ୍ନ ରୀତି-ନୀତି ରହିଥାଏ । ସେହିଭଳି ଶଙ୍ଖକୁ ଘରର ପୂଜା ସ୍ଥାନରେ ରଖିବା ଏବଂ ପ୍ରତ୍ୟେକ ଦିନ ଏହାକୁ ବଜାଇବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଅପାର କୃପା ଲାଭ ହୋଇଥାଏ । ଏହାଦ୍ୱାରା ଘର ପରିବାରରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ । ମାନ୍ୟତା ରହିଛି ଘରେ ଶଙ୍ଖ ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଘରେ ବାସ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଘରେ ଶଙ୍ଖ ରଖିବା ଦ୍ୱାରା ଅନ୍ୟ କେଉଁ ସବୁ ଫାଇଦା ମିଳିଥାଏ ।
ଜାଣନ୍ତୁ ଶଙ୍ଖର ଉତ୍ପତ୍ତି ହେଲା କିପରି?
କୁହାଯାଇଥାଏ ଶଙ୍ଖଚୁର ନାମକ ଏକ ଅସୁର ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ । ଯେତେବେଳେ ଏହି ଅସୁରର ଅତ୍ୟାଚାର ବହୁତ ବଢିଗଲା ସେହି ସମୟରେ ଭଗବାନ ଶିବ ଅସୁରର ବଧ କରିଥିଲେ । ଉଲ୍ଲେଖ ରହିଛି ସେହିଠାରୁ ହିଁ ଶଙ୍ଖର ଉତ୍ପତ୍ତି ହୋଇଥିଲା ।
ଘରେ ଶଙ୍ଖ ରଖିବା ଦ୍ୱାରା କ’ଣ ଫାଇଦା ମିଳିଥାଏ
ଘରର ପୂଜା ସ୍ଥାନରେ ଶଙ୍ଖରେ ପାଣି ଭରି ରଖନ୍ତୁ । ସେହି ଜଳକୁ ପ୍ରତ୍ୟେକ ଦିନ ପରା ଘରେ ଏବଂ ପରିବାର ସଦସ୍ୟଙ୍କ ଉପରେ ଛିଞ୍ଚନ୍ତୁ । ଏପରି କରିବା ଦ୍ୱାରା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ । ଏଥିସହ ଶଙ୍ଖରେ ପାଣି ଭରି ଘରର ଇର୍ଶାନ କୋଣରେ ରଖିବା ଦ୍ୱାରା ପରିବାରରେ ଏକତା ରହିବା ସହ ଖୁସି ଲାଗି ରହିଥାଏ । ସେହିଭଳି ପିଲାମାନଙ୍କ ବୁଦ୍ଧିର ବିକାଶ ପାଇଁ ସେମାନଙ୍କୁ ପ୍ରତ୍ୟେକ ଦିନ ଶଙ୍ଖରେ ପାଣି ଭର୍ତ୍ତି କରି ପିଆନ୍ତୁ । ଏହାବ୍ୟତୀତ ଯେଉଁ ପିଲାମାନଙ୍କର କଣ୍ଠ ସ୍ୱର ସଫା ହୋଇନଥାଏ ସେମାନଙ୍କ ପାଇଁ ମଧ୍ୟ ଏହି ଉପାୟ ଲାଭକାରୀ ହୋଇଥାଏ ।
କୁହାଯାଇଥାଏ ଦକ୍ଷିଣବର୍ତ୍ତୀ ଶଙ୍ଖ ଦ୍ୱାରା ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଘରେ ମା’ଲକ୍ଷ୍ମୀ ବାସ କରିଥାନ୍ତି । ଏହିଭଳି ଅର୍ଥ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାବ୍ୟତୀତ ଘରେ ଶଙ୍ଖ ରଖିବା ଏବଂ ବଜାଇବା ଦ୍ୱାରା ବୈବାହିକ ଜୀବନରେ ଚାଲୁଥିବା ସମସ୍ୟା ଦୂର ହେବା ସହ ସମ୍ପର୍କରେ ମଧୁରତା ଆସିଥାଏ ।