ସ୍ୱାସ୍ଥ୍ୟ

ଜାଣନ୍ତୁ ମହୁମାଛି ସମ୍ପର୍କରେ କିଛି ରୋଚକ ତଥ୍ୟ

ଆପଣମାନେ ଅନେକ ପ୍ରକାର ମହୁମାଛି ଦେଖିବା ସହ ଅନେକ ପ୍ରକାର କଥା ମଧ୍ୟ ଶୁଣିଥିବେ । ଯେପରି କି ମହୁମାଛି କେବଳ ହଳଦିଆ ଏବଂ କଳା ରଙ୍ଗର ହୋଇଥାନ୍ତି । ଏହା ଗୋଟିଏ ପ୍ରଜାତିର, ଯିଏ ମହୁ ତିଆରି କରିଥାନ୍ତି । ମହୁଫେଣା ବିଷଧର ହୋଇଥାଏ । ଏଭଳି ଅନେକ କଥା ଶୁଣିଥିବେ । ଆଜ୍ଞା ହଁ ଆପଣାମାନେ ଏପରି ଯାହା ଜାଣିଛନ୍ତି ଏହା ବିଲକୁଲ ସତ କିନ୍ତୁ ଏହାବ୍ୟତୀତ ମହୁମାଛି ବିଷୟରେ କିଛି ରୋଚକ ତଥ୍ୟ ମଧ୍ୟ ରହିଛି । ଯାହା ଜାଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ରୋଚକ ତଥ୍ୟ ।

bee
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହୁମାଛି ୨୦ ହଜାରରୁ ଅଧିକ ପ୍ରଜାତିର ରହିଛନ୍ତି । ଯେଉଁଥିରେ ସାଧାରଣତଃ ଘରେ ଦେଖାଯାଉଥିବା ମହୁମାଛି ମଧ୍ୟ ରହିଛନ୍ତି । ଏସବୁ ମହୁମାଛି ମଧ୍ୟରେ ମହୁ ପ୍ରସ୍ତୁତ କରୁଥିବା ମହୁମାଛି ସବୁଠାରୁ ଅଧିକ ପ୍ରଚଳିତ । ଆପଣମାନେ ଜାଣିଥିବେ କିଛି ପ୍ରଜାତିର ମହୁମାଛି ହିଁ ମହୁ ତିଆରି କରିଥାନ୍ତି । ଏମାନଙ୍କ ମଧ୍ୟରେ ୟୁରୋପୀୟ ହନି-ବି ପ୍ରମୁଖ । ଦକ୍ଷିଣ ଏସିଆରେ ପାଖାପାଖି ୬ଟି ପ୍ରଭାତିର ମହୁମାଛି ଦେଖାଯାଇଥାନ୍ତି । ଏହିସବୁ ପ୍ରଜାତିର ମହୁମାଛି ମହୁ ପ୍ରସ୍ତୁତ କରିଥାନ୍ତି ।

bee2
ଭାରତରେ ଦେଖାଯାଉଥିବା ଭୁନଗା କିମ୍ବା ଡମ୍ଭର ମହୁମାଛି ଆକାରରେ ସବୁଠାରୁ ଛୋଟ ହୋଇଥାନ୍ତି ଏବଂ ଏମାନେ ସବୁଠାରୁ କମ ମହୁ ପ୍ରସ୍ତୁତ କରିଥାନ୍ତି । ଏମାନଙ୍କର ମହୁର ସ୍ୱାଦ ସାମାନ୍ୟ ଖଟା ହୋଇଥାଏ କିନ୍ତୁ ଆୟୁର୍ବେଦରେ ଏହି ମହୁ ସବୁଠାରୁ ଉତ୍ତମ ବୋଳି କୁହାଯାଇଥାଏ । ଏହାବ୍ୟତୀତ ଅଧିକାଂଶ ପ୍ରଜାତିର ମହୁମାଛି ମାରିନଥାନ୍ତି । ବୈଜ୍ଞାନିକଙ୍କ କହିବାନୁଯାୟୀ ନର ମହୁମାଛି କେବେ ବି ମାରିନଥାଏ । କେବଳ ନାରୀ ମହୁମାଛି ହିଁ ମାରିଥାଏ ।

bee3ମହୁମାଛି କେବଳ କଳା ଏବଂ ହଳଦିଆ ନୁହେଁ ବରଂ ସବୁଜ ଏବଂ ନୀଳ ରଙ୍ଗର ହୋଇଥାନ୍ତି । ଉତ୍ତର ଆମେରିକାରେ ଦେଖାଯାଉଥିବା ଏଗାପୋସ୍ଟେମୋନ ସ୍ପେଲେଡେଂସ ନାମକ ମହୁମାଛି ସବୁଜ ଏବଂ ନୀଳ ରଙ୍ଗର ହୋଇଥାନ୍ତି । ସେହିଭଳି ଏଠାରେ ଦେଖାଯାଉଥିବା ୱେଲୀ କାରପେଂଟର ମହୁମାଛି କଳା ଏବଂ ହଳଦିଆ ରଙ୍ଗର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ରାଣୀ ମହୁମାଛି କଳା ହୋଇଥିବା ବେଳେ ନର ମହୁମାଛି ହଳଦିଆ ରଙ୍ଗର ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button