ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ କୁକିଜ୍, ତିଆରି କରିବାର ସହଜ ପଦ୍ଧତି ଜାଣନ୍ତୁ

ଘରେ ସମସ୍ତେ ସାଧାରଣତଃ ଚା’ ସହ କୁକିଜ ଖାଇବାକୁ ପସନ୍ଦ କରନ୍ତି । ତେଣୁ ଘରେ କୁକିଜ ତିଆରି କରିବାର ଅତି ସହଜ ଉପାୟ ଆଜି ଜାଣିବା । କୁକିଜ୍ ରାନ୍ଧିବା ପାଇଁ ଆପଣଙ୍କୁ କିଛି ମିନିଟ୍ ଲାଗିବ । କୁକିଜ୍ ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ଉପାଦାନର ମଧ୍ୟ ଆବଶ୍ୟକତା ନାହିଁ । ଆପଣ ସକାଳ ଏବଂ ସନ୍ଧ୍ୟାରେ ଚା’ ସହିତ କୁକିଜ୍ ତିଆରି କରିପାରିବେ । ଆସନ୍ତୁ ଜାଣିବା ତାହା କେମିତି କରିବେ…
କୁକିଜ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ …
() ରାଗି ମଇଦା ,ଚିନି ପାଉଡର ,ଘିଅ, କ୍ଷୀର,କୋକା ପାଉଡର ,ଖାଇବା ସୋଡା,କାଜୁ ,ଗହମ,ଅଟା ।
()ଏକ ପାତ୍ରରେ ରାଗି ଏବଂ ଗହମ ମଇଦାକୁ ଭଲ ଭାବରେ ମିଶାନ୍ତୁ । ଏହା ପରେ ବେକିଂ ପାଉଡର ମିଶାନ୍ତୁ । ବେକିଂ ପାଉଡର ମିଶାଇବା ପରେ ଏଥିରେ କୋକୋ ପାଉଡର ମଧ୍ୟ ମିଶାନ୍ତୁ ।
() ଏହା ପରେ ଏକ ପାତ୍ରରେ ଚିନି ପାଉଡର ଏବଂ ଘିଅକୁ ମିଶାନ୍ତୁ । ପୂର୍ବ ମିଶ୍ରଣ ସହିତ ଏହି ମିଶ୍ରଣକୁ ଭଲ ଭାବରେ ମିଶାନ୍ତୁ । ଏହାକୁ ମିଶ୍ରଣ କରିବା ପରେ ସେଥିରୁ ଛୋଟ ବଲ ତିଆରି କରନ୍ତୁ ଏବଂ ଏହାକୁ ଏକ ବେକିଂ ଟ୍ରେରେ ସମତଳ ରଖନ୍ତୁ ।