ଦେଶ- ବିଦେଶ

ମନ୍ଦିରରେ ପୂଜା ପାଉଛି କୁକୁର.., ଜାଣନ୍ତୁ କେଉଁଠି…

ଛତିଶଗଡ଼: ଭାରତ ଏପରି ଏକ ଦେଶ ଏଠାରେ ଲୋକମାନେ ଭଗବାନଙ୍କ ବିଭିନ୍ନ ରୁପକୁ ପୁଜା କରିଥାନ୍ତି । ହେଲେ କୁକୁରଙ୍କୁ ବି ପୁଜା କରାଯାଉଥିବା ସବୁଠାରୁ ଆଶ୍ଚର୍ଯ୍ୟ କଥା । ଯେଉିଁ ମନ୍ଦିର କୁକରଦେବ ମନ୍ଦିର ନାଁରେ ପ୍ରସିନ୍ଧ । ଏହି ମନ୍ଦିରର ନିର୍ମାଣ ବିଷୟରେ ଜାଣିଲେ ଆପଣ ମାନେବି ଆଶ୍ଚର୍ଯ୍ୟ ହୋଇଯିବେ । ମନ୍ଦିରଟି ରହିଛି ଛତିଶଗଡ଼ର ରାୟପୁର ଠାରୁ ୧୩୨ କିଲୋମିଟର ଦୁରରେ ଥିବା ଦୁର୍ଗ ଜିଲ୍ଲାର କାପରୀ ଗାଁରେ । ଏହି ମନ୍ଦିରର ଗର୍ଭ ଗୃହରେ କୁକୁରର ପ୍ରତିମୁର୍ତି କୁ ସ୍ଥାପନା କରାଯାଇଛି । କୁକୁର ପ୍ରତିମୂର୍ତ୍ତି ପାଶ୍ୱର୍ରେ ପ୍ରଭୁ ଶିବଙ୍କ ଲିଂଗ ମଧ୍ୟ ସ୍ଥାପନା କରାଯାଇଛି । ଶ୍ରାବଣ ମାସରେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ବଢିଥାଏ । ମନ୍ଦିରରେ ଭଗବାନ ଶିବଙ୍କୁ ଯେଭଳି ପୂଜା କରାଯାଇଥାଏ , କୁକରକୁ ମଧ୍ୟ ସେହିପରି ପୁଜା କରିଥାନ୍ତି । ଯେପରି ଶିବଙ୍କ ବାହନ ନନ୍ଦିଙ୍କୁ ପୁଜା କରାଯାଇଥାଏ ।


ମନ୍ଦିରର ୨୦୦ ମିଟର ପରିଧିରେ ଗର୍ଭଗୃହ କୁ ଛାଡ଼ି ଏହାର ପ୍ରବେଶ ଦ୍ୱାରରେ ମଧ୍ୟ ଦୁଇଟି କୁୁକୁରର ପ୍ରତିମୁର୍ତି ରହିଛି । ଲୋକଙ୍କ ବିଶ୍ୱାସ ଯେ, କୁକୁରର ପ୍ରତିମୁର୍ତି ଦର୍ଶନ କରିବା ଦ୍ୱାରା କୁକୁର କାମୁଡ଼ିବାର ଭୟ ରହିନଥାଏ ।ଏକ ବିଶ୍ୱସ୍ତ କୁକୁରକୁ ମନେ ପକାଇବା ପାଇଁ ଏହି ମନ୍ଦିରଟି ନର୍ମାଣ କରାଯାଇଛି । କିଛି ବର୍ଷ ପୁର୍ବେ ଏକ ବୁଲା ବିକାଳି ସେହି ଗ୍ରାମକୁ ଆସିଥିଲେ । ତା’ ସହ ଏକ କୁକୁର ମଧ୍ୟ ଥିଲା । ଗାଁରେ ମରୁଡ଼ି ପଡ଼ିବାରୁ ଗାଁର ସାହୁକାର ଠାରୁ ବୁଲାବିକାଳି ଜଣକ କରଜ ନେଇଥିଲେ । କିନ୍ତୁ ସେ କରଜ ସାହୁକାରକୁ ପେଂରସ୍ତ କରିପାରି ନଥିଲେ । ତେଣୁ ବୁଲାବିକାଳି ଜଣକ ନିଜର ବିଶ୍ୱସ୍ତ କୁକୁରକୁ ସାହୁକାର ପାଖରେ କରଜ ବାବଦରେ ଛାଡ଼ି ଚାଲିଯାଇଥିଲେ ।


ଥରେ ସାହୁକାରଙ୍କ ଘରେ ଚୋରୀ ହୋଇଥିଲା । ଚୋର ଜମୀଦାରଙ୍କ ଘରୁ ଚୋରୀ କରି ମାଟି ତଳେ ପୋତି ଦେଇଥିଲା । ହେଲେ କୁକୁର ପୋତାଯାଇଥିବା ସ୍ଥାନକୁ ଖୋଜିପାଇ ସାହୁକାରକୁ ସେଠାକୁ ନେଇଥିଲା । କୁକୁର ଦେଖାଇଥିବା ଜାଗାରେ ସାହୁକାରଙ୍କୁ ନିଜର ସମସ୍ତ ଚୋରୀ ଜିନିଷ ମିଳିଥିଲା । କୁକୁରର ବିଶ୍ୱସ୍ତତା ଦେଖି ସାହୁକାର କୁକୁରକୁ ଛାଡ଼ି ଦେବାକୁ ନିସ୍ପର୍ତି ନେଇଥିଲେ । ସେ କୁକୁର ବେକରେ ଏକ ଚିଠି ଲେଖି ସେହି ବୁଲା ବିକାଳି ପାଖକୁ ପଠାଇ ଦେଇଥିଲେ । ହେଲେ ସାହୁକାର ଭାବିଲେ କୁକୁରଟି ସାହୁକାର ପାଖରୁ ଖସିପଳାଇ ଆସିଛି । କୁକୁର ଉପରେ କ୍ରୋଧ କରି ବୁଲାବିକାଳି କୁକୁରକୁ ପିଟି ପିଟି ମାରିଦେଇଥିଲେ । ପରେ ସେ କୁକୁର ବେକରେ ଥିବା ସାହୁକାରଙ୍କ ଚିଠି ପାଇଥିଲେ । ପରେ ନିିଜର ଭୁଲ ବୁଝିପାରି କୁକୁରକୁ ସେହି ଜାଗାରେ ପୋତି ଦେଇ ଏକ ସ୍ମାରକ ବନାଇଥିଲେ ବୁଲାବିକାଳି । ଧିରେ ଧିଲେ ଲୋକ ମାନେ ସେହି ସ୍ମାରକକୁ ମନ୍ଦିରରେ ପରିଣତ କରିଦେଲେ । ଯାହା ଆଜି କୁକୁର ଦେବ ମନ୍ଦିର ଭାବରେ ପରିଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button