ରାଜ୍ୟ

ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି, କୁହ ତ ମୁଁ କିଏ ? ଏହା ସହିତ ଆହୁରି 15 Gk Questions & Answers

ଆଜିକାଲି ଯେକୌଣସି ଇଣ୍ଟରଭ୍ୟୁରେ ଯାଆନ୍ତୁ ସେମାନେ ପ୍ରଥମେ ଆପଣଙ୍କ ସାଧାରଣ ଜ୍ଞାନ ନିଶ୍ଚୟ ପରୀକ୍ଷା କରିଥାନ୍ତି । ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ । ପ୍ରଶ୍ନ ପଢିବା ପରେ ଚାରୋଟି ଉତ୍ତର ମଧ୍ୟରୁ ଗୋଟିଏ ସଠିକ ଉତ୍ତର ବାଛି ଆପଣ ପ୍ରଥମେ ନିଜକୁ ପରୀକ୍ଷା କରନ୍ତୁ ଓ ଏହାପରେ ଉତ୍ତର ବିଭାଗରେ ଥିବା ଉତ୍ତର ଦେଖି ନିଅନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧– ଛତିଶଗଡ ର ରାଜଧାନୀ କେଉଁଟି ?

(କ) ରାୟପୁର (ଖ) ରାଞ୍ଚି

(ଗ) ଡେରାଡୁନ (ଘ) ହାଇଦ୍ରାବାଦ

୨– ଡିନାମାଇଟ ର ଉଦ୍ଭାବକ କିଏ ?

(କ) ଆଇନଷ୍ଟାଇନ (ଖ) ନିୟୁଟନ

(ଗ) ଆଲଫ୍ରେଡ ନୋବେଲ (ଘ) ମାଡାମ କ୍ୟୁରୀ

୩– କେଉଁ ମସିହାରେ ଭାରତରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?

(କ) ୧୮୫୩ (ଖ) ୧୯୫୩

(ଗ) ୧୮୫୭ (ଘ) ୧୯୫୭

୪– ଭାରତର ଦକ୍ଷିଣ-ପୂର୍ବ ଉପକୂଳ କେଉଁ ନାମରେ ପରିଚିତ ?

(କ) କୋଙ୍କଣ (ଖ) ପୋରବନ୍ଦର

(ଗ) ମାଲାବାର (ଘ) କୋରୋମଣ୍ଡଳ

୫– ନିମ୍ନଲିଖିତ ମଧ୍ୟରୁ କେଉଁ ରୋଗଆତି ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ, ଭାଇରସ ଦ୍ଵାରା ନୁହେଁ ?

(କ) ଟାଇଫଏଡ (ଖ) ଡେଙ୍ଗୁ

(ଗ) ଚିକନଗୁନିଆ (ଘ) ମମ୍ଫସ

୬– ନିମ୍ନଲିଖିତ ମଧ୍ୟରୁ କେଉଁଟି ନରୋରା, କାକରାପାର ଏବଂ ତାରାପୁର ର ପ୍ଳାଣ୍ଟରେ ଉତ୍ପାଦିତ ହୁଏ ?

(କ) ରେଳଡବା (ଖ) ପରମାଣୁ ଶକ୍ତି

(ଗ) ମୁଦ୍ରା(ଘ) ଇଭିଏମ

୭– ଏଗୁଡିକ ମଧ୍ୟରୁ କେଉଁ ନୌସେନା ଅଭ୍ଯାସ ଭାରତ ଓ ସିଙ୍ଗାପୁର ମଧ୍ୟରେ ସଂଯୁକ୍ତ ରୂପେ କରାଯାଏ ?

(କ) ବରୁଣ (ଖ) ମାଲାବାର

(ଗ) ସିମ୍ବେକ୍ସ (ଘ) ସ୍ଳିନେକ୍ସ

୮– ଡେନିସ ଲିଲି କାହାକୁ ଏକଦା ଫାଷ୍ଟ ବୋଲର ରୂପେ ଅସ୍ଵୀକାର କରିଥିଲେ ଏବଂ ପରେ ମଜାରେ କହିଥିଲେ “ମୁଁ ତାଙ୍କ ଉପରେ ଏବଂ କ୍ରିକେଟ ଉପରେ ଅନୁଗ୍ରହ କରିଥିଲି ?”

(କ) ଇର୍ଫାନ ପଠାନ (ଖ) ସୌରଭ ଗାଙ୍ଗୁଲି

(ଗ) ସଚିନ ତେନ୍ଦୁଲକର (ଘ) ଲସିଥ ମାଲିଙ୍ଗା

୯– ଭାରତଛାଡ ଆନ୍ଦୋଳନ ପରେ ଏକ ପ୍ରକୃତ ଭାରତୀୟ ବ୍ଯାଙ୍କ ଶୁଭାରମ୍ଭ କରିବା ପାଇଁ ଜି।ଡି।ବିରଲା କେଉଁ ବ୍ଯାଙ୍କ ସ୍ଥାପନା କରିଥିଲେ ?

(କ) ୟୁକୋ ବ୍ଯାଙ୍କ (ଖ) ଇଣ୍ଡିଆନ ବ୍ଯାଙ୍କ

(ଗ) ଦେନା ବ୍ଯାଙ୍କ (ଘ) ସିଣ୍ଡିକେଟ ବ୍ଯାଙ୍କ

୧୦– ୧୮୫୭ ବିଦ୍ରୋହ ପରେ କେଉଁ ବ୍ରିଟିଶ ସୈନ୍ୟ ଅଧିକାରୀ ବାହାଦୁର ଶାହ ଜାଫରଙ୍କୁ ବନ୍ଦୀ କରିଥିଲେ ଏବଂ ପରେ ତାଙ୍କୁ ରେଙ୍ଗୁନ ନିର୍ବାସିତ କରା ଯାଇଥିଲା ?

(କ) ବ୍ରିଗେଡିୟର ଜେମସ ନୀଲ (ଖ) ମେଜର ୱିଲିୟମ ହଡସନ

(ଗ) ଜେନେରାଲ ଜେମସ ଏବର୍ଟ (ଘ) ବ୍ରିଗେଡିୟର ଜନ ନିକଲସନ

୧୧– ୧୭ ଅଗଷ୍ଟ ୨୦୨୧ ରେ ପ୍ରଶାନ୍ତ ମହାସାଗରରେ ଜ୍ଵାଳାମୁଖୀ ବିସ୍ଫୋରଣ ହେବା ପରେ କେଉଁ ଦେଶରେ ଏକ ନୂତନ ଦ୍ଵୀପ ସୃଷ୍ଟି ହୋଇଛି ?

(କ) ଚୀନ (ଖ) ଜାପାନ

(ଗ) ଫ୍ରାନ୍ସ (ଘ) କୌଣସିଟି ନୁହେଁ

୧୨– ନିମ୍ନଲିଖିତ ମଧ୍ୟରୁ କିଏ ଭାରତର ୬୯ତମ ଚେସ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି ?

(କ) ରାହୁଲ କୋହଲି (ଖ) ତନଭୀ ମଦନ

(ଗ) ହର୍ଷିତ ରାଜା (ଘ) କୌଣସିଟି ନୁହେଁ

୧୩– ୧୭ ଅଗଷ୍ଟ ୨୦୨୧ରେ କେଉଁ ଦେଶ ଆଫଗାନ ନାଗରିକ ମାନଙ୍କୁ ନିଜ ଦେଶରେ ସ୍ଥାନ ଦେବା ପାଇଁ ନୂଆ ପୁନର୍ବସତି ଯୋଜନା ଆରମ୍ଭ କରିଛି ?

(କ) ଆମେରିକା (ଖ) ୟୁକେ

(ଗ) ଫ୍ରାନ୍ସ (ଘ) ଋଷିଆ

୧୪– ନିକଟ ଅତୀତରେ କେଉଁ ଦେଶର ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ଇସ୍ତଫା ଦେଇଛନ୍ତି ?

(କ) ମାଲେସିଆ (ଖ) ଇଣ୍ଡୋନେସିଆ

(ଗ) ସୁଦାନ (ଘ) କୌଣସିଟି ନୁହେଁ

୧୫– ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି । ମୁଁ କିଏ ?

ଏହାର ଉତ୍ତର ସିଧାସଳଖ ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:

୧- (କ), ୨- (ଗ), ୩- (କ), ୪- (ଘ), ୫- (କ), ୬- (ଖ), ୭- (ଗ), ୮- (ଗ), ୯- (କ), ୧୦- (ଖ), ୧୧- (ଖ), ୧୨- (ଗ), ୧୩- (ଖ), ୧୪- (କ), ୧୫- ଗୁଜୁରାତି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button