ଖେଳ ଖବର

ଅଧିନାୟକ ବିବାଦ: ଗୋଟିଏ ଫ୍ରେମ୍ ରେ ରୋହିତ-ପାଣ୍ଡ୍ୟା‌, ସ୍ପଷ୍ଟ ଦେଖ‌ାଯାଉଛି ଦୂରତା – Kalinga News

[ad_1]

କୋଲକାତା: ମାର୍ଚ୍ଚ ୨୨ରେ ଆଇପିଏଲ୍ ୨୦୨୪ ହେବାକୁ ଯାଉଛି। ୧୭ ତମ ସିଜିନ୍ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଆରସିବି ମୁହାଁମୁହିଁ ହେବେ। ଆଇପିଏଲରେ ଅଂଶଗ୍ରହଣ କରୁଥିବା ୧୦ଟି ଯାକ ଦଳ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। ଏପରିସ୍ଥଳେ ଅଧିନାୟକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଏକ ନୂଆ ସଙ୍ଗ୍ ରିଲିଜ୍ କରିଛି। ଦଳ ପକ୍ଷରୁ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ବାହାର କରାଯାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। ଏନେଇ ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଉଥିବା କୁହାଯାଉଛି।

ତେବେ ଅଧିନାୟକ ବିବାଦ ପରେ ରିଲିଜ୍ ହୋଇଥିବା ସଙ୍ଗ୍ ରେ ରୋହିତ ଏବଂ ପାଣ୍ଡ୍ୟା ଗୋଟିଏ ଫ୍ରେମ୍ ରେ ନଜର ଆସିଛନ୍ତି। ଏଥିରେ ଇଶାନ କିଶନ, ସୁର୍ଯ୍ୟକୁମାର ଯାଦବ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଅଛନ୍ତି। କିନ୍ତୁ ଏଥିରେ ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଦୂରତା ସ୍ପଷ୍ଟ ଦେଖିବାକୁ ମିଳୁଛି। ଏମ୍ଆଇ ପକ୍ଷରୁ ଏହାର ନାମ ‘ହର ଧଡ଼କନ, ହର ଦିଲ୍‌ ୟେ ‌ବୋଲେ ମୁମ୍ବାଇ ମେରୀ ଯାନ୍’ ରଖାଯାଇଛି।

ଦଳର ଅନ୍ୟ ଖେଳାଳିଙ୍କ ସହିତ ରୋହିତ ଏବଂ ପାଣ୍ଡ୍ୟା ଥିଲେ ବି ଦୁହେଁ ଗୋଟିଏ ସୋଫାର ଦୁଇ କଣରେ ଦୂରତା ରଖି ବସି ରହିଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏହି ଭିଡ଼ିଓରେ ରୋହିତ ଏବଂ ପାଣ୍ଡ୍ୟାଙ୍କୁ ଏକାଠି ଦେଖିବାକୁ ମିଳୁନି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button