ଆଇପିଏଲ :କୋଲକାତା ଆଗରେ ୧୫୪ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ – Kalinga News
[ad_1]
କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ-୨୦୨୪ର ୪୭ତମ ମ୍ୟାଚରେ ଦିଲ୍ଲୀ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ କୋଲକାତା ଆଗରେ ମାତ୍ର ୧୫୪ ରନର ଲକ୍ଷ୍ୟ ରଖିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ସ୍କୋର ମାତ୍ର ୧୭ ରନ ହୋଇଥିବାବେଳେ ପୃଥ୍ବୀ ଶାହା ମାତ୍ର ୧୩ ରନ କରି ଆଉଟ ହୋଇଥିଲେ । ତାଙ୍କ ପଛେ ପଛେ ଜେକ୍ ଫ୍ରେଜର ମାକଗର୍କ ୧୨ରନ କରି ଆଉଟ ହୋଇଥିଲେ । ତାପରେ ଦଳ ନିୟମିତ ଭାବେ ଓ୍ବିକେଟ ହରାଇଚାଲିଥିଲା । ଅଧିନାୟକ ଋଷଭ ପନ୍ତ ୨୭ ରନ କରିଥିବାବେଳେ କୁଳଦୀପ ଯାଦବ ୩୫ ରନ କରିଥିଲେ । ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୩ ରନ କରିଥିଲା ।
କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ଟି ଓ୍ବିକେଟ ନେଇଥିବାବେଳେ ବୈଭବ ଆରୋରା ଓ ହର୍ଷିତ ରାଣା ୨ଟି ଓ୍ବିକେଟ ନେଇଥିଲେ । ସେହିପରି ମିଚେଲ ଷ୍ଟାକ ଓ ସୁନୀଲ ନାରାୟଣ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]