ମହିଳା କ୍ରିକେଟ ଟିମ୍ ପୂର୍ବତନ କୋଚଙ୍କ ସମସ୍ୟା ବଢ଼ିଲା: ଘରୁ ଜବତ ହେଲା ବିଡ଼ା ବିଡ଼ା ଟଙ୍କା – Kalinga News
[ad_1]
ବଡୋଦରା: ଭାରତୀୟ ମହିଳା କ୍ରିକେଟ ଟିମ୍ ପୂର୍ବତନ କୋଚଙ୍କ ସମସ୍ୟା ବୃଦ୍ଧି ପାଇଛି। ତାଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ନୋଟ ବିଡ଼ା ଜବତ ହୋଇଛି। ଏହା ତାଙ୍କ ଆୟ ତୁଳନାରେ ଅଧିକ ବୋଲି କୁହାଯାଉଛି। ବଡୋଦରା ପୁଲିସକୁ ଏସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ତାଙ୍କ ବଡୋଦରା ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମିଳିବା ପରେ ପୁଲିସର ସ୍ବତନ୍ତ୍ର ଟିମ୍ ପୂର୍ବତନ କୋଚ ତୁଷାର ଅରୋଠେଙ୍କ ବାସଭବନରେ ପହଞ୍ଚିଥିଲେ। ତଲାସୀ ସମୟରେ ତାଙ୍କ ଘରୁ ନଗଦ ୧ କୋଟି ୩୯ ଲକ୍ଷ ଟଙ୍କା ଜବତ ହୋଇଥିଲା। କୁହାଯାଉଛି ଏହାକୁ ତାଙ୍କ ପୁଅ ଋଷି ଅରୋଠେ ବେଙ୍ଗାଲୁରୁରୁ ପଠାଇଥିଲେ। ଋଷି ଜଣେ ପୂର୍ବତନ ରଣଜୀ କ୍ରିକେଟର।
पुलिस के स्पेशल ऑपरेशन ग्रुप ने पूर्व क्रिकेटर और पूर्व कोच तुषार अरोठे के वड़ोदरा स्थित घर की तलाशी के दौरान 1 करोड़ 39 लाख रूपये की नगदी बरामद की। जिसके बाद पुलिस पूर्व कोच हिरासत में ले लिया।@Vadcitypolice pic.twitter.com/sFtAkzV11B
— Vishal Rana (@VishalRajputInd) March 4, 2024
ପୂର୍ବରୁ ଋଷିଙ୍କ ବିରୋଧରେ ଜୁଆଖେଳ ଏବଂ ଠକେଇ ମାମଲା ରହିଛି। ସେହିପରି ତୁଷାର ଜୁଆଖେଳ ମାମଲାରେ ୨୦୧୯ରେ ଗିରଫ କରାଯାଇଥିଲା। ତୁଷାର ଏବଂ ଅନ୍ୟ ଅଭିଯୁକ୍ତମାନେ ଅଳକାପୁରୀର ଏକ କାଫେରେ ପ୍ରୋଜେକ୍ଟରରେ ମ୍ୟାଚ୍ ଦେଖିବା ସହିତ ପୃଥକ ପୃଥକ ମୋବାଇଲ ସଫ୍ଟୱେର ଦ୍ବାରା ଜୁଆ ଖେଳୁଥିଲେ।
ଘରୁ ବିଡ଼ା ବିଡ଼ା ନଗଦ ନୋଟ ଜବତ ହେବା ପରେ ତୁଷାରଙ୍କୁ ପଚରାଉଚରା କରାଯାଉଛି। ତାଙ୍କୁ ପୁଲିସ ହାଜତରେ ଅଟକ ରଖାଯାଇଛି। ତାଙ୍କ ସହିତ ମହାରାଷ୍ଟ୍ରର ବିକ୍ରାନ୍ତ ରାୟପଟୱାର ଏବଂ ଅମିତ ଜଲିତଙ୍କୁ ମଧ୍ୟ ପୁଲିସ ହାଜତରେ ଅଟକ ରଖାଯାଇଛି। ଏହି ମାମଲାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ ତାହାର ତଦନ୍ତ ଜାରି ରଖିଛି। ଜବତ ଟଙ୍କା କେଉଁଠୁ ଆସିଲା ସେନେଇ ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି।
[ad_2]