ସ୍ୱାସ୍ଥ୍ୟ

ଜଙ୍କଫୁଡକୁ କରନ୍ତୁ ବାଏ ବାଏ, ସନ୍ଧ୍ୟାରେ ଚଟାପଟ୍ ତିଆରି କରନ୍ତୁ ସ୍ବାଦିଷ୍ଚ ଅଣ୍ଡା ଟମାଟୋ ସୁପ୍,

ଆଜିକାଲି ପିଲାମାନଙ୍କୁ ସନ୍ଧ୍ୟା ସମୟରେ ଜଙ୍କଫୁଡରୁ ଦୂରେଇ ରଖିବା କଷ୍ଟକର କଥା ।ଘର ଖାଦ୍ୟକୁ ଆପଣାଇବାକୁ ଚଟାପଟ୍ ବନାନ୍ତୁ ଏହି ସ୍ବାଦିଷ୍ଚ ଅଣ୍ଡା ଟମାଟୋ ସୁପ୍ ।

ଆବଶ୍ୟକୀୟ ସାମଗ୍ରୀ:

4ଟି ବଡ଼ ଟମାଟୋ

2 ଚାମଚ ତେଲ

5 କୋଲା କଟା ରସୁଣ

ଅଳ୍ପ କଟା ପିଆଜ ସଣ୍ଡା(ପତ୍ର)

3 ଟି ଅଣ୍ଡା

2 ବଡ଼ ଚାମଚ କର୍ଣ୍ଣଫ୍ଲୋର

2 ଚାମଚ ସୋୟା ସସ୍‌

ଅଧ ଚାମଚ ଗୋଲମରିଚ ଗୁଣ୍ଡ

2 ଟି ପତଳା କଟା ହୋଇଥିବା ପିଆଜ

2ଟି କଞ୍ଚା ଲଙ୍କା

ସ୍ବାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଟମାଟୋକୁ ଛୋଟ ଛୋଟ  କାଟି ସେଥିରେ ଅଳ୍ପ ଲୁଣ ମିଶାଇ କିଛି ସମୟ ଅଲଗା ରଖନ୍ତୁ। ଏବେ ଏକ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ ଟମାଟୋ ଓ ପିଆଜ ପତ୍ରକୁ ଛୋଟ ଛୋଟ ଖଣ୍ଡରେ କାଟି ଭାଜନ୍ତୁ। ଏହା ଟିକେ ଭାଜି ହୋଇଥିଲେ ସେଥିରେ କଟା ରସୁଣ ପକାନ୍ତୁ। ଏହା ଭଲ ଭାବେ ଭାଜି ହୋଇଗଲେ ସେଥିରେ 3 କପ୍‌ ପାଣି ଦେଇ ଫୁଟାନ୍ତୁ। ପାଣି ଫୁଟିଆସିଲେ ସେଥିରେ ସୋୟା ସସ୍‌ ଓ କର୍ଣ୍ଣଫ୍ଲୋରରେ ପାଣି ଗୋଳାଇ ମିଶାନ୍ତୁ। ଟିକେ ଫୁଟି ଆସିଲେ ସେଥିରେ  ଅଣ୍ଡାକୁ ଗୋଳାଇ ପକାନ୍ତୁ। ଏବେ ଏଥିରେ କିଛି କଟା ପିଆଜ ଓ କଞ୍ଚା ଲଙ୍କା ମିଶାଇ ଭଲ ଭାବେ ଫୁଟାନ୍ତୁ  । ସ୍ବାଦ ଅନୁସାରେ ଲୁଣ ପକାନ୍ତୁ।  ଅଣ୍ଡା ସିଝିଯିବା ପରେ ଗୋଲମରିଚ ଓ ଧନିଆ ପତ୍ର ପକାଇ ଗରମ ଗରମ ପରଶନ୍ତୁ ଅଣ୍ଡା ଟମାଟୋ ସୁପ୍‌।

Related Articles

Leave a Reply

Your email address will not be published. Required fields are marked *

Back to top button