ହତ୍ୟା ଅଭିଯୁକ୍ତ ପରିବାରକୁ ନିଆଁପାଣି ବାସନ୍ଦ: ଗାଁରେ କରାଇ ଦେଲେନି ଶବ ସତ୍କାର – Kalinga News

[ad_1]
ଘର ରାସ୍ତାରେ ବାଡ଼ବୁଜିଲେ ଗ୍ରାମବାସୀ, ଷଡ଼୍ଯନ୍ତ୍ରରେ ବାପା ବି ସାମିଲ!
ନୀଳଗିରି: ସୁପାରି କିଲର୍ଙ୍କ ଦ୍ବାରା ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ୨ ଜଣ ଯୁବକଙ୍କୁ ହତ୍ୟା ଘଟଣା ପରେ ଗାଁ ଲୋକେ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି। ହତ୍ୟା ଅଭିଯୁକ୍ତ ପରିବାରକୁ ନିଅଁାପାଣି ବନ୍ଦ କରିବା ସହିତ ଘର ରାସ୍ତାରେ ବି ବାଡ଼ ବୁଜି ଦେଇଛନ୍ତି। ଜମିବାଡ଼ି ବିବାଦ ଓ ସମ୍ପତ୍ତି ପାଇଁ କାଂଶ ଗ୍ରାମର ସନ୍ତୋଷ କୁମାର ରାଉତଙ୍କ ଘରେ ଏକ ହତ୍ୟାକାଣ୍ଡ ଘଟିଥିଲା। ତାଙ୍କର ବଡ଼ପୁଅ ବିଜୟ ଓ ବୋହୂ କାବେରୀ ୪ ଜଣ ସୁପାରି କିଲର୍ଙ୍କ ସହଯୋଗରେ ସାନପୁର ଭବାନୀ (୨୧) ଓ ତାଙ୍କ ସାଙ୍ଗ ସେହି ଗାଁର ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ(୨୨)ଙ୍କୁ ହତ୍ୟା କରିଥିଲେ। ମନୋରଞ୍ଜନଙ୍କର ସେମାନଙ୍କ ପାରିବାରିକ ବିବାଦରେ କୌଣସି ଭୂମିକା ନଥିବା ବେଳେ ସେ ଭବାନୀଙ୍କ ହତ୍ୟା ଦୃଶ୍ୟ ଦେଖିଥିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଛାଡ଼ିନଥିଲେ। ସେହିଠାରେ ମାରିଦେଇଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇଛନ୍ତି ଏବଂ ହତ୍ୟା ଷଡ୍ଯନ୍ତ୍ରରେ ବାପା ସନ୍ତୋଷଙ୍କର ମଧ୍ୟ ହାତଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହିତ ପରିବାରକୁ ସାମାଜିକ ବାସନ୍ଦ କରିବା ସହିତ ତାଙ୍କ ଘର ସାମ୍ନାରେ ବାଡ଼ ବସାଇ ରାସ୍ତାକୁ ବନ୍ଦ କରିଦେଇଛନ୍ତି। ଏପରିକି ଗଁାରେ ଶବ ସତ୍କାର ବି କରାଇ ଦେଇନାହାନ୍ତି। ଫଳରେ, ନିରୁପାୟ ହୋଇ ସନ୍ତୋଷ ପୁଅର ମୃତଦେହ ପୁରୀ ସ୍ବର୍ଗଦ୍ବାରକୁ ନେଇ ସେଠାରେ ଶେଷକୃତ୍ୟ କରାଇଛନ୍ତି। ଅନ୍ୟପକ୍ଷରେ, ଗ୍ରାମବାସୀଙ୍କ ଆକ୍ରୋଶ ଭୟରେ ପୁଅର ଶବ ସତ୍କାର କରିବାକୁ ଯାଇଥିବା ସନ୍ତୋଷ ଏଯାଏ ଗାଁ’କୁ ଫେରିନାହାନ୍ତି। ସେପଟେ ସନ୍ତୋଷଙ୍କ ପତ୍ନୀ ଟିକିଙ୍କର ମଧ୍ୟ କୌଣସି ଖୋଜଖବର ନାହିଁ। ଫଳରେ ବୟସର ଅପରାହ୍ନରେ ପହଞ୍ଚିଥିବା ଅସହାୟ ବାପାମାଆଙ୍କ ଭବିଷ୍ୟତ କ’ଣ ହେବ, ତାକୁ ନେଇ ନୀଳଗିରିର ରାଜେନ୍ଦ୍ର ଜେନାଙ୍କ ସହ କିଛି ସାମାଜିକ କର୍ମୀ ପ୍ରଶ୍ନ ଉଠାଇଛନ୍ତି। ଏ ସଂକ୍ରାନ୍ତରେ କାଂଶ ସରପଞ୍ଚ ରୁପା ସିଂ’ଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଗାଁ’ର ଦୁଇଜଣ ଯୁବକଙ୍କୁ ହତ୍ୟା କରାଯାଇଥିବାରୁ ଲୋକେ ଉତ୍ତେଜିତ ହୋଇ ଏଭଳି କରିଛନ୍ତି। ଲୋକଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ,ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କ କହିବା କଥା ହେଲା, ଫେରାର୍ ଥିବା ଜଣେ ନାବାଳକ ସୁପାରି କିଲର୍କୁ ଖୋଜା ଚାଲିଥିବା ବେଳେ ସନ୍ତୋଷଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ ତଦନ୍ତ ହେଉଛି। ଏ ନେଇ ୩୨/୨୪ରେ ଏକ ମାମଲା ରୁଜୁ ହୋଇଛି।
[ad_2]