ଦେଶ- ବିଦେଶ

ଶକ୍ତି ଟିପ୍ପଣୀକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ମୋଦୀ – Kalinga News

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ମୋଦୀ କହିଛନ୍ତି, ୨୦୨୪ରେ ଶକ୍ତିକୁ ପୁଜା କରୁଥିବା ଏବଂ ଶକ୍ତି ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧି ମୁମ୍ବାଇରେ ଏକ ରାଜନୈତିକ ରାଲି କରି କହିଥିଲେ ଯେ ‘ଆମେ ଏକ ଶକ୍ତି ବିରୋଧରେ ଲଢ଼େଇ କରୁଛୁ’। ରାହୁଲଙ୍କର ଏହି ଟିପ୍ପଣୀର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କ ଶକ୍ତି ଟିପ୍ପଣୀର ଜବାବ ରଖି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗତ ରବିବାର ଦିନ ରାହୁଲ ମୁମ୍ବାଇରେ ଏକ ରାଲିରେ ଉଦବୋଧନ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଭିଏମ୍ ବିନା ନିର୍ବାଚନ ଲଢ଼ିପାରିବେନି। ଏହି ପ୍ରସଙ୍ଗରେ ସେ ଶକ୍ତିକୁ ନେଇ ଏକ ଟିପ୍ପଣୀ ଦେଇଥିଲେ। ଇଭିଏମ୍ ହିଁ ମୋଦୀଙ୍କର ଶକ୍ତି ବୋଲି ରାହୁଲ ତାଙ୍କ ଟିପ୍ପଣୀ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଥିଲେ। ତେବେ ୱାୟନାଡ଼ ସାଂସଦଙ୍କ ଏହି ଟିପ୍ପଣୀର ଜବାବ ଦେଇ ମୋଦୀ କହିଛନ୍ତି, ଦେଶ ‘ଚନ୍ଦ୍ରଯାନ’ର ସଫଳତାକୁ ‘ଶିବ ଶକ୍ତି’ଙ୍କ ନିକଟରେ ସମର୍ପଣ କରିଛନ୍ତି ଏବଂ ବିରୋଧୀ ଦଳ ଗୁଡ଼ିକ ‘ଶକ୍ତି’ ନଷ୍ଟ ସମ୍ପର୍କରେ କହୁଛନ୍ତି। ମୋଦୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଏହାର ଇସ୍ତାହାରରେ ମଧ୍ୟ ଶକ୍ତି ନଷ୍ଟ ସମ୍ପର୍କରେ କହୁଛି। ମୁଁ ମଧ୍ୟ ଏହି ଚାଲେଞ୍ଜ ଗ୍ରହଣ କରୁଛି। ଦେଶର ମା’ ଏବଂ ଭଉଣୀମାନଙ୍କ ପାଇଁ ମୁଁ ମୋ ଜୀବନ ତ୍ୟାଗ କରିଦେବି। ସମଗ୍ର ଦେଶ ମଧ୍ୟ କହୁଛି ଯେ ଏଥର ସଂଖ୍ୟା ୪୦୦ ଟପିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button