ପୁତ୍ର ସନ୍ତାନର ଜନନୀ ବନିଲେ ସିଦ୍ଧୁଙ୍କ ୫୭ ବର୍ଷୀୟା ମାଆ – Kalinga News

[ad_1]
ଅମୃତସର: ଗତ ଫେବ୍ରୁଆରି ମାସରେ ଖବର ଆସିଥିଲା ଯେ ସିଦ୍ଧୁ ମୁସେୱାଲା ନାମରେ ପରିଚିତ ସ୍ୱର୍ଗତ ପଞ୍ଜାବୀ ଗାୟକ ତଥା ରାପର୍ ଶୁଭଦୀପ ସିଂହ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି। ଏବେ ତାହା ସତ ହୋଇଛି। ଏବେ ମୁସେୱାଲାଙ୍କ ବାପା ବଲକୌର ସିଂହ ଫେସବୁକରେ ତାଙ୍କ ପତ୍ନୀ ଚରଣ କୌର ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ୫୮ ବର୍ଷ ବୟସରେ ପୁଣି ଥରେ ଜନନୀ ହୋଇଥିବା ନେଇ ସୂଚନା ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
୨୦୨୨ରେ ନିହତ ହୋଇଥିବା ସିଦ୍ଧୁ ଏହି ଦମ୍ପତିଙ୍କ ଏକମାତ୍ର ସନ୍ତାନ ଥିଲେ। ଏହିି କାରଣରୁ ଦମ୍ପତି ପିଲା ପାଇଁ ଚେଷ୍ଟା କରିଥିଲେ। ଏକ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ ଜରିଆରେ ଏବୟସରେ ବାପାମାଆ ବନି ପାରିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଦିବଗଂତ ସିଦ୍ଧୁଙ୍କ ବାପା। ସେମାନେ ଏକ ପୁତ୍ର ସନ୍ତାନ ବାପାମାଆ ବନିବା ପରେ ସିଦ୍ଧୁଙ୍କ ଅଭାବ କିଛି ମାତ୍ରାରେ ପୂରା ହୋଇଛି।
ମଙ୍ଗଳବାର ଦିନ ସିଦ୍ଧୁଙ୍କ ବାପା ଏକ ପଞ୍ଜାବୀ ଭାଷାରେ ଫେସବୁକ୍ରେ ଲେଖିଥିଲେ, ‘‘ଆମେ ସିଦ୍ଧୁଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଆମ ପରିବାରକୁ ନେଇ ଚିନ୍ତିତ। କିନ୍ତୁ ଆମ ପରିବାରକୁ ନେଇ ଅନେକ ଗୁଜବ ଚାଲିଛି, ତାହା ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ। ଯାହା ବି ଖବର ଆସିବ, ପରିବାର ଲୋକେ ସମସ୍ତଙ୍କ ସହ ସେୟାର କରିବେ।’’
[ad_2]