ଅପରାଧ

ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ କବିତା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ହେପାଜତରେ ରହିବେ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଏମ୍ କେ ନାଗପାଲ ବିଆରଏସ୍ ନେତ୍ରୀଙ୍କ ରିମାଣ୍ଡ ପାଇଁ ଇଡିର ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି। କୋର୍ଟରେ ହାଜର ହେବା ପରେ କବିତା କହିଛନ୍ତି, ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ଏବଂ ଏହା ବିରୋଧରେ ସେ କୋର୍ଟରେ ଲଢ଼ିବେ। ତାଙ୍କ ଓକିଲ ବିକ୍ରମ ଚୌଧୁରୀ ମଧ୍ୟ ବିଚାରପତିଙ୍କୁ କହିଥିଲେ ଯେ ବିଆର୍‌ଏସ୍‌ ନେତ୍ରୀଙ୍କ ଗିରଫଦାରୀ ବେଆଇନ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି କରିଥିଲେ ଯେ କବିତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ରହିଛି। ତଦନ୍ତକାରୀ ସଂସ୍ଥା କବିତାଙ୍କ ବିରୋଧରେ ଏହି ମାମଲାରେ ପ୍ରମାଣ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button