ମନୋରଞ୍ଜନ

‘ଥ୍ରୀ ଇଡିଏଟସ’ ଅଭିନେତା ଅଖିଳ ମିଶ୍ରାଙ୍କ ମୃତ୍ୟୁର ୬ମାସ ପରେ ଦ୍ଵିତୀୟ ବିବାହ କରିବେ ସ୍ତ୍ରୀ – Kalinga News

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିଏଟସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା | ସେପ୍ଟେମ୍ବରରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ସୁଜାନେ ବର୍ନେଟ୍ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଜଣାପଡିଛି | ମାତ୍ର ୬ମାସ ମଧ୍ୟରେ ସେ ଏଭଳି ଦ୍ଵିତୀୟ ବିବାହ କରିବାଟା ଅନେକଙ୍କୁ ପସନ୍ଦ ଆସିନାହିଁ |

ସୁଜାନେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଅର୍ଜୁନ ହର୍ଦାସଙ୍କ ସହ ପ୍ରେମ ସମ୍ପର୍କ ଥିବା ଘୋଷଣା କରିଛନ୍ତି। ଏହି ଫଟୋରେ ଦୁହେଁ ପରସ୍ପର ସହିତ ବହୁତ ଖୁସି ଦେଖାଯାଉଛନ୍ତି | ଅର୍ଜୁନ ଦିଲ୍ଲୀର ବାସିନ୍ଦା ହୋଇଥିବା ସହ ଜଣେ ବ୍ୟବସାୟୀ। ଦିଲ୍ଲୀର ଏକ ବନ୍ଧୁଙ୍କ ପାର୍ଟୀରେ ସୁଜାନେ ଅର୍ଜୁନଙ୍କୁ ଭେଟିଥିଲେ ବୋଲି ଜଣା ପଡିଛି। ଏକ ସାକ୍ଷାତକାରରେ ସୁଜାନେ କହିଛନ୍ତି ଯେ, ଗତ ବର୍ଷ ଡିସେମ୍ବରରେ ଅର୍ଜୁନଙ୍କୁ ଭେଟିଥିଲି ଏବଂ ପରେ ଉଭୟ ବନ୍ଧୁ ହୋଇଥିଲୁ। ସମୟ ବିତିବା ସହ ଆମେ ଭିତରେ ଥିବା ସମ୍ପର୍କ ନିବିଡ ହୋଇଥିଲା | ଏବେ ଆମେ ସାଥିରେ ରହିବାକୁ ନିଷ୍ପତ୍ତି ନେଇଛୁ |

ଦିବଂଗତ ଅଭିନେତା ଅଖିଳ ମିଶ୍ରାଙ୍କୁ ନେଇ ସେ କହିଛନ୍ତି ଯେ, ତାଙ୍କ ସ୍ଥାନ କେହି ପୁରଣ କରିପାରିବେ ନାହିଁ | ସେ ଜଣେ ଭଲ ଅଭିନେତା ଏବଂ ଭଲ ମଣିଷ |

ଉଲ୍ଲେଖଯୋଗ୍ୟ, ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ଉଚ୍ଚକୋଠାରେ ସୁଟିଂ କରୁଥିଲେ। ଏହି ଉଚ୍ଚ କୋଠାର ବାଲକୋନିରେ ଅଖିଳ କାମ କରୁଥିବା ସମୟରେ ଅସାବଧାନତା ହେତୁ ତଳକୁ ଖସି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଖିଳ ମିଶ୍ରାଙ୍କ ଏପରି ଆକସ୍ମିକ ମୃତ୍ୟୁ ଖବର ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳାଇ ଦେଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button