ଲୋକସଭା ନିର୍ବାଚନ ପାଇଁ ଏନଡିଏ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ, ଏଥର ୪୦୦ ଟପିବ : ମୋଦୀ – Kalinga News

[ad_1]
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମେ ତଥା ବିଜେପି ନେତୃତ୍ବାଧୀନ ଏନଡିଏ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ନିର୍ବାଚନ ଏପ୍ରିଲ ୧୯ରେ ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ହେବାପରେ ମୋଦୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଗଣତନ୍ତ୍ରର ସର୍ବବୃହତ୍ ମହାପର୍ବ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କଲେ ଏବଂ ଆମେ ବିଜେପି ନେତୃତ୍ବାଧିନ ଏନଡିଏ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆମର ସୁଶାସନର ରେକର୍ଡ ଆଧାରରେ ଏବଂ ବିଭିନ୍ନ କ୍ଷେତ୍ରରେ ଆମର ସେବା ଆଧାରରେ ଆମେ ଲୋକଙ୍କ ନିକଟରେ ପହଞ୍ଚୁଛୁ ବୋଲି ମୋଦୀ କହିଛନ୍ତି। ବିରୋଧୀମାନଙ୍କ ଉପରେ ମୋଦୀ ତୀବ୍ର ବର୍ଷିଛନ୍ତି। ମୋଦୀ କହିଛନ୍ତି,ଆମର ବିରୋଧୀମାନେ ହେଉଛନ୍ତି ପ୍ରସଙ୍ଗହୀନ। ସେମାନେ କେବଳ ଆମକୂ ଅପମାନ କରନ୍ତି ଏବଂ ସେମାନେ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି। ଲୋକସଭାରେ ୫୪୩ ଆସନ ପାଇଁ ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୨୭୨ ଆସନ ଲୋଡ଼ା ଥିବାବେଳେ ବିଜେପି ଅତି ସହରରେ ଏହାଠାରୁ ଅଧିକ ଆସନରେ ଜିତିବ ବୋଲି ମୋଦୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ବିଜେପି ୩୭୦ ଆସନରେ ଜିତିବ ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ମୋଦୀ ଆକଳନ କରିଛନ୍ତି । ନିଜର ବିଜୟକୁ ନେଇ ଦୃଢ଼ ବିଶ୍ବାସ ରଖିଥିବା ମୋଦୀ କହିଛନ୍ତି, ତୃତୀୟ କାର୍ଯ୍ୟକାଳରେ ବହୁତ କିଛି କରିବାର ଅଛି।
[ad_2]




