ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ ଓ କ୍ରିତି – Kalinga News

[ad_1]

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀ ନିକଟସ୍ଥ ହରିୟାଣାର ମାନେସରରେ ଥିବା ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଥିବା ଜଣାପଡିଛି।

ବିବାହ ପରେ ଏହି ଦମ୍ପତିଙ୍କ ବିବାହର ଫଟୋ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ କ୍ରିତି ଖରବନ୍ଦା ବିବାହର କିଛି ଫଟୋ ସେୟାର କରିଥିବା ଦେଖାଯାଇଛି | ବିବାହରେ କ୍ରିତି ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ପୁଲକିତ ହାଲୁକା ସବୁଜ ରଙ୍ଗର ଶେରୱାନୀ ପିନ୍ଧିଥିବା ଦେଖିବାକୁ ମିଳିଛି | ଗୋଟାଏ ଫଟୋରେ ଦୁହେଁ ଚାଲି ଚାଲି ଆସୁଥିବାର ଦେଖା ଯାଇଥିବା ବେଳେ ଅନ୍ୟ ଏକ ଫଟୋରେ କ୍ରିତି, ପୁଲକିତଙ୍କ ମଥାକୁ ଚୁମ୍ବନ ଦେଉଥିବା ଦେଖା ଯାଇଛି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button