ସଡ଼କ ଦୁର୍ଘଟଣାରେ ଅନ୍ୟ ଜଣେ ଅଭିନେତ୍ରୀ ମରିଛନ୍ତି, ମୁଁ ନୁହେଁ; ସ୍ପଷ୍ଟ କଲେ ‘ପଞ୍ଚାୟତ-୨’ ଅଭିନେତ୍ରୀ – Kalinga News

[ad_1]
ମୁମ୍ବାଇ: ସୋମବାର ବିହାରର କୈମୁରରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ସିନେମାର ଚାରିଜଣ କଳାକାର ମଧ୍ୟ ପ୍ରାଣ ହରାଇଥିବା ସାମ୍ନାକୁ ଆସିଥିଲା। ୪ଜଣଙ୍କ ମଧ୍ୟରେ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ ମଧ୍ୟ ଥିଲେ। ଏହି ଖବର ଚାରିଆଡେ ଭାଇରାଲ ହେବା ସହ ଆଞ୍ଚଲଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଏବେ ଆଞ୍ଚଲ ତିୱାରୀ ଭିଡିଓ ଜାରି କରି ବଞ୍ଚିଥିବା ସ୍ପଷ୍ଟ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ, ଯେଉଁ ଆଞ୍ଚଲ ତିୱାରୀଙ୍କ ମୃତ୍ୟୁ ହେଇଛି ସେ ମୁଁ ନୁହେଁ। ସେ ଭୋଜପୁରୀ କଳାକାର। ହେଲେ ଗଣମାଧ୍ୟମରେ ମୋ ଫଟୋ ଦିଆଯାଇଛି। ମୁଁ ଜୀବିତ ଅଛି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ‘ମୋର ନାମ ଆଞ୍ଚଲ ତିୱାରୀ। ଆସନ୍ତାକାଲି ଆପଣ ନିଶ୍ଚିତ ଭାବରେ ‘ପଞ୍ଚାୟତ ୨’ର ଖ୍ୟାତନାମା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କ ଦେହାନ୍ତ ଖବର ଦେଖିଥିବେ। ସେହି ଆଞ୍ଚଲ ତିୱାରୀ ମୁଁ ନୁହେଁ। ସେ ଜଣେ ଭୋଜପୁରୀ ଅଭିନେତ୍ରୀ। ‘ପଞ୍ଚାୟତ ୨’ର ଆଞ୍ଚଲ ତିୱାରୀ ଏଠାରେ ଆପଣଙ୍କ ସାମ୍ନାରେ ସୁରକ୍ଷିତ ଏବଂ ଜୀବିତ ଅଛନ୍ତି। ଏହା ସଂପୂର୍ଣ୍ଣ ମିଥ୍ୟା ଖବର।’
ସେ ଆହୁରି କହିଛନ୍ତି, ‘ମୁଁ ସମସ୍ତ ନ୍ୟୁଜ୍ ଚ୍ୟାନେଲ୍କୁ କହିବାକୁ ଚାହେଁ ଯେ କିଛି ପ୍ରସାରଣ କରିବା ପୂର୍ବରୁ ଅନୁସନ୍ଧାନ କରିବା ଉଚିତ୍। ସର୍ବପ୍ରଥମେ, ଭୋଜପୁରୀ ସିନେମା ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ ହିନ୍ଦୀ ସିନେମା କରେ। ମୁଁ ହିନ୍ଦୀ ଥିଏଟର କରିସାରିଛି। ତେଣୁ ଦୟାକରି ମୋତେ ଭୋଜପୁରୀ ସହିତ ତୁଳନା କରନ୍ତୁ ନାହିଁ। ଏହି ମିଥ୍ୟା ଖବର ହେତୁ ମୋ ପରିବାର ଏବଂ ସାଙ୍ଗମାନଙ୍କୁ ବହୁତ କଷ୍ଟ ହୋଇଛି।’
[ad_2]