ଖେଳ ଖବର

ଦୃଷ୍ଟିହୀନ ଟ୍ବେଣ୍ଟି-୨୦: ଶୃଙ୍ଖଳା ପୋଛିନେଲା ଭାରତ – Kalinga News

[ad_1]

ନକୁଳଙ୍କ ଅର୍ଦ୍ଧଶତକ: ଶେଷ ମ୍ୟାଚ୍‌ ବି ହାରିଲା ଶ୍ରୀଲଙ୍କା

ଭୁବନେଶ୍ବର: ଓଡ଼ିଆ ପୁଅ ନକୁଳ ବଡ଼ନାୟକଙ୍କ ଅର୍ଦ୍ଧଶତକ ବଳରେ ଭାରତ ନୂଆଦିଲ୍ଲୀର କର୍ଣ୍ଣେଲ ସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିପାକ୍ଷିକ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ କ୍ରିକେଟ୍ ଶୃଙ୍ଖଳାର ଶେଷ ତଥା ପଞ୍ଚମ ମ୍ୟଚ୍‌କୁ ଭାରତ ୯୦ ରନ୍‌ରେ ଜିତି ନେଇଛି। ଫଳରେ ଏହି ୫ ଟିକିଆ ଘରୋଇ ଶୃଙ୍ଖଳାକୁ ଭାରତ ୫-୦ରେ ପୋଛି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ୱିକେଟ୍‌ ହରାଇ ୨୨୭ ରନ୍‌ କରିଥିଲା। ନକୁଳ ବଡ଼ନାୟକ ୭୦ (୩୯ ବଲ୍‌), ଟି ଦୁର୍ଗାରାଓ ୪୯ ଓ ଗୁଡାଡାପ୍ପା ୪୦ ରନ୍‌ କରିଥିଲେ। ଜବାବରେ ଶ୍ରୀଲଙ୍କା ୭ ୱିକେଟ୍‌ ହରାଇ ୧୩୭ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ଲୋକେଶ ୨, ଦୁର୍ଗା, ନିଲେଶ ଯାଦବ, ସଂଜୟ କୁମାର ଶାହ ଓ ମହାରାଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଶୃଙ୍ଖଳାର ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ଅଜୟ କୁମାର ରେଡ୍ଡୀ (ବି-୧), ନକୁଳ ବଡ଼ନାୟକ (ବି-୨) ଓ ଚନ୍ଦନ ଦେଶପ୍ରିୟ (ବି-୩)ଙ୍କୁ ମିଳିଛି। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବୈଦେଶିକ ମନ୍ତ୍ରୀ (ରାଜ୍ୟ) ମୀନାକ୍ଷି ଲେଖି, କ୍ରିକେଟର୍‌ ମଦନ ଲାଲ, ପ୍ରବୀଣ କୁମାର, ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ ଅଧ୍ୟକ୍ଷ ମହନ୍ତେଶ ଜି କିଭାଦସାନ୍ନାଭର ଓ ସମ୍ପାଦକ ଶୈଳେନ୍ଦ୍ର ଯାଦବ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ହୁଣ୍ଡାଇ ମୋଟର ଇଣ୍ଡିଆର ସମର୍ଥ ଅଭିଯାନ ଅଧୀନରେ ଏହି ଶୃଙ୍ଖଳା ଆୟୋଜନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button