ମନୋରଞ୍ଜନ

ରବିନାଙ୍କୁ ମାନସିକ ଡାକ୍ତରଙ୍କ ପାଖକୁ ନେଇଥାନ୍ତେ ଅଜୟ! – Kalinga News

[ad_1]

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ ସିନେମା ‘ଦିଲୱାଲିି’ରେ ସାଥୀ ହୋଇ କାମ କରିବା ପରେ ଅଜୟ ଦେବଗନ ଓ ରବିନା ଟଣ୍ଡନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ପରେ ଶୁଣିବାକୁ ମିଳିଲା ଯେ ଅଭିନେତା କରିସ୍ମା କପୁରଙ୍କ ପାଇଁ ରବିନାଙ୍କୁ ଧୋକା ଦେଇଥିଲେ। ରବିନା ସେ ସମୟରେ ଅନେକ ସାକ୍ଷାତକାରେ କହିଥିଲେ କି ସଂପର୍କରେ ଥିବା ବେଳେ ଅଜୟ ଓ ତାଙ୍କ ମଧ୍ୟରେ ପ୍ରେମ-ପତ୍ର ଦିଆନିଆ ହୋଇଥିଲା। ଯାହାକୁ ମିଥ୍ୟା ବୋଲି କହିଥିଲେ ଅଜୟ।

ଅଜୟଙ୍କ କହିବା କଥା ହେଲା ସେ କେବେ ବି ରବିନାଙ୍କ ନିକଟତର ହୋଇନଥିଲେ। ରବିନା ଜଣେ ମିଥ୍ୟାବାଦିନୀ। ଯଦି ବାସ୍ତବରେ ପ୍ରେମ-ପତ୍ର ଦିଆନିଆ ହୋଇଥିଲା ତ ସେ ତାହାକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ। ଏପରିକି ଅଜୟ ଏତେ ରାଗି ଯାଇଥିଲେ ଯେ, ସେ ରବିନାଙ୍କର ମାନସିକ ଅବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରବିନା ରାଜି ହେଲେ ସେ ତାଙ୍କୁ ନେଇ ମାନସିକ ଡାକ୍ତରଙ୍କ ପାଖକୁ ଯିବାକୁ ରାଜି ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ ଅଜୟ। ତେବେ ଦୁହିଁଙ୍କ ଭିତରେ କାହା କଥା ସତ ତାହା ଏବେ ବି ଅସ୍ପଷ୍ଟ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button