ମନୋରଞ୍ଜନ

ବିଗିଡିଲା ବିଗ୍ ବିଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ହେଲେ ଭର୍ତ୍ତି – Kalinga News

[ad_1]

ମୁମ୍ବାଇ: ବିଗିଡିଲା ବିଗ୍ ବିଙ୍କ ସ୍ବାସ୍ଥ୍ୟାବସ୍ଥା। ଡାକ୍ତରଖାନାରେ ହେଲେ ଭର୍ତ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସାମ୍ନାକୁ ଆସିଛି। ବିଗ୍ ବି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳେ ବିଗ୍ ବିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତୁରନ୍ତ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଅନ୍ୟପକ୍ଷରେ ବିଗ୍ ବିଙ୍କ ଏକ୍ସ ଆକାଉଣ୍ଟ ଦେଖିବା ପରେ ଜଣାପଡ଼ିଛି ଯେ, ଦିନ ୧୨.୨ରେ ସେ ଏକ ପୋଷ୍ଟ କରିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ସେ ଏହି ପୋଷ୍ଟ କରିଥିବା ଆଶା କରାଯାଉଛି। ସେ ପୋଷ୍ଟରେ ସର୍ବଦା କୃତଜ୍ଞ ବୋଲି ଲେଖିଛନ୍ତି।

ପେସାଦାର ଜୀବନ କଥା କହିବାକୁ ଗଲେ ଅମିତାଭ ବଚ୍ଚନଙ୍କ ଏବେ ଏକ ବଡ଼ ବଜେଟ ଫିଲ୍ମରେ କାମ କରୁଛନ୍ତି। ସେ ଖୁବ୍ ଶୀଘ୍ର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍କି ୨୯୮୯ଏଡି’ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ବିଗ୍ ବିଙ୍କୁ ଗଣପତରେ ଦେଖିବାକୁ ପାଇଥିଲେ ଦର୍ଶକ, ଯେଉଁଥିରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button