ଖେଳ ଖବର
ନେଟ୍ସକୁ ଫେରିଲେ ପନ୍ତ – Kalinga News

[ad_1]
ନୂଆଦିଲ୍ଲୀ: ବିସିସିଆଇ ମେଡିକାଲ୍ ଟିମ୍ ଦ୍ବାରା ଫିଟ୍ ଘୋଷିତ ହେବା ପରେ ଭାରତୀୟ କ୍ରିକେଟର୍ ଋଷଭ ପନ୍ତ ଆଇପିଏଲ୍ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ୬୬୨ ଦିନ ପରେ ସେ ପ୍ରଥମ ଥର ଦିଲ୍ଲୀ କ୍ୟାପିଟାଲ୍ସର ନେଟ୍ସରେ ଅଭ୍ୟାସ କରିଥିବା ଦେଖାଯାଇଛି। ୨୦୨୨ ଡିସେମ୍ବରରେ ଏକ ଭୟାବହ କାର୍ ଦୁର୍ଘଟଣାର ଶିକାର ହୋଇ ପନ୍ତ ଚିକିତ୍ସାଧୀନ ଥିଲେ। ହସ୍ପିଟାଲ୍ରୁ ଆସିବା ପରଠୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ଖେଳ ଉପଯୋଗୀ ଫିଟ୍ ହେବା ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହିଥିଲା। ଦୁଇ ଦିନ ତଳେ ବିସିସିଆଇ ତାଙ୍କୁ ଫିଟ୍ ଘୋଷିତ କରିବା ସହ ଆଇପିଏଲ୍ରେ ଖେଳିବା ପାଇଁ ଯୋଗ୍ୟବୋଲି ଦର୍ଶାଯାଇଥିଲା। ନେଟ୍ସରେ ଅଭ୍ୟାସ କରୁଥିବା ସମୟର ଫଟୋକୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ପୋଷ୍ଟ କରିବା ସହ ‘୬୬୨ ଦିନ ପରେ ଡିସି ରଙ୍ଗରେ ପ୍ରଥମ ଦିନ’ ଶୀର୍ଷକ ଦିଆଯାଇଥିଲା।
[ad_2]