ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭଲିନ୍ରୁ ଭାରତକୁ ଏକାଧିକ ପଦକ ମିଳିବ: କିଶୋର – Kalinga News

[ad_1]
ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭ୍ଲିନ୍ରୁ ଭାରତକୁ ୧ରୁ ଅଧିକ ପଦକ ଆସିବାର ଆଶା ରଖିଛନ୍ତି ଭାରତର ଉଦୀୟମାନ ତାରକା ତଥା ଓଡ଼ିଆ ପୁଅ କିଶୋର କୁମାର ଜେନା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଦ୍ବାରା ମଙ୍ଗଳବାର ଖେଲୋ ଇଣ୍ଡିଆ ଉଦୀୟମାନ ପ୍ରତିଭା ଅନ୍ବେଷଣ (କିର୍ତି) କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ୨୮ ବର୍ଷୀୟ କିଶୋରଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ୟାରିସ ଅଲିମ୍ପିକ୍ସ ଲାଗି ଶୁଭମକାମନା ଜଣାଇଥିଲେ। ଅଲିମ୍ପିକ୍ସ ଆଉ ୧୩୦ ଦିନରୁ କମ୍ ଦିନ ଥିଲା ବେଳେ କିଶୋର ଏହାକୁ ସ୍ମରଣୀୟ କରିବା ଲାଗି ଜୋର୍ଦାର୍ ପ୍ରସ୍ତୁତି ଚଳାଇଛନ୍ତି। ସେ ଅଲିମ୍ପିକ୍ ଓ ବିଶ୍ବ ବିଜେତା ନୀରଜ ଚୋପ୍ରାଙ୍କ ସହ ଏହି ବହୁକ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ। ଏହି ଦୁଇ ଜଣ ଏସୀୟ କ୍ରୀଡ଼ାରେ ୧-୨ରେ ରହି ଐତିହାସିକ ସଫଳତା ପାଇବା ସହ ପ୍ୟାରିସ ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସଂପ୍ରତି ପତିଆଲାସ୍ଥିତ ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେଉଥିବା କିଶୋର କହିଛନ୍ତି, ‘‘ନିୟମ ଅନୁସାରେ ଗୋଟିଏ ଦେଶରୁ ୩ ଜଣ ଖେଳାଳି ଜାଭଲିନ୍ରେ ଭାଗ ନେଇପାରିବେ। ଏଥିପାଇଁ ପ୍ୟାରିସ୍ରେ ଭାରତ ୧ରୁ ଅଧିକ ପଦକ ଜିତିବାର ଆଶା ରହିଛି। ଆମେ ଗ୍ରୀଷ୍ମ କ୍ରୀଡ଼ା ପାଇଁ କଠିନ ଅଭ୍ୟାସ କରୁଛୁ। ଯଦି ଆହତ ସମସ୍ୟା ନରହେ ନିଶ୍ଚିତ ଟୋକିଓଠୁ ଭଲ ହେବ। ଗତ ବର୍ଷ ଅପେକ୍ଷା ଚଳିତ ଋତୁରେ ମୋର ଆରମ୍ଭ ଭଲ ରହିଛି। ବିଶ୍ବାସ ୨୦୨୪ ଋତୁ ନିଶ୍ଚିତ ଭଲ ରହିବ। ଅଭ୍ୟାସ ଠିକ୍ଠାକ୍ ଚାଲିଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଟପ୍ସ (ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍) ଓ ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ)ରୁ ସହଯୋଗ ମିଳୁଛି। ମୁଁ ୧୦୦ ପ୍ରତିଶତ ଚେଷ୍ଟା କରିବି। କିନ୍ତୁ ସେଦିନ ଯାହା ହେବ, ସବୁ ଈଶ୍ବରଙ୍କ ହାତରେ ଅଛି।’’
ଚଳିତ ବର୍ଷ ମେ’ ମାସରେ ସେ ପ୍ରଥମ ଥର ଲାଗି ଆଉଟ୍ଡୋର୍ ପ୍ରତିଯୋଗିତା ଖେଳିବେ। ଡାଇମଣ୍ଡ ଲିଗ୍ ଋତୁର ଦୋହା ଲେଗ୍ ଖେଳି ୨୦୨୪ ଋତୁ ଆରମ୍ଭ କରିବାକୁ ଯାଉଥିବା କିଶୋର ପୁଣି କହିଛନ୍ତି, ‘‘ମୁଁ ୯୦ ମିଟର କଥା ଭାବିନି। ମୋର ଲକ୍ଷ୍ୟ ଦୁର୍ବଳତାକୁ ପଛରେ ପକାଇ ଫଳାଫଳର ଉନ୍ନତି ଆଣିବା। ନୀରଜ ଭାଇଙ୍କଠୁ ପରାମର୍ଶ ନେଉଛି। ତାଙ୍କୁ ମୋର ପ୍ରତିଦ୍ବନ୍ଦ୍ବୀ ଭାବେ ଭାବୁନି। ମୁଁ କିଛି ଅସୁବିଧାରେ ପଡ଼ିଲେ ତାଙ୍କ ପରାମର୍ଶ ନେଉଛି। ସେ ବହୁତ ବଢ଼ିଆ ଲୋକ। ପ୍ୟାରିସ୍ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ବହୁତ ଖୁସି। ସମସ୍ତେ ଚାହାନ୍ତି ମୁଁ ପଦକ ଜିତେ। କିନ୍ତୁ ଏହା ମୋ ହାତରେ ନାହିଁ। ହେଲେ ଅଲିମ୍ପିକ୍ସ ପଦାର୍ପଣରେ ମୁଁ ମୋର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି।’’
[ad_2]