ରାଜନୀତି

ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି: କଂଗ୍ରେସ – Kalinga News

[ad_1]

ଭୁବନେଶ୍ବର: ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବିତ ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ବୟାନ ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଉଭୟ ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟରେ କେବେଠାରୁ ମେଣ୍ଟ ହୋଇସାରିଛି। ଯଦି ଘୋଷିତ ମେଣ୍ଟ ନ ହୁଏ। ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ। ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ ଭିତିରିଆ ସହଯୋଗ କରିବେ। ବିଭିନ୍ନ ଆସନରେ ପରସ୍ପର ବିରୋଧରେ ଦୁର୍ବଳ ପ୍ରାର୍ଥୀ ଦେବେ। ବିଜେପିକୁ ବିଜୟୀ କରାଇବାକୁ ପୁରୀରେ ଦୁର୍ବଳ ପ୍ରାର୍ଥୀ ଦେବେ ବିଜେଡି। ସେହିଭଳି ଭୁବନେଶ୍ୱରରେ ବିଜେଡିକୁ ଜିତେଇବାକୁ ଦୁର୍ବଳ ପ୍ରାର୍ଥୀ ଦେବ ବିଜେପି। ମେଣ୍ଟର ପ୍ରଥମ ପ୍ଲାନ କାମ ନକଲେ ଦ୍ୱିତୀୟ ପ୍ଲାନରେ ଲଢ଼ିବେ ଉଭୟ ଦଳ। ଯେହେତୁ ବିଜେପି ଏବଂ ବିଜେଡିର ତୃଣମୂଳ ସ୍ତରର କର୍ମୀ ମେଣ୍ଟକୁ ନେଇ ଶୀର୍ଷ ନେତୃତ୍ୱଙ୍କୁ ବିରୋଧ କଲେ, ସେଥିପାଇଁ ମେଣ୍ଟରେ କିଛି ପରିବର୍ତ୍ତନ ହୋଇଥାଇ ପାରେ।

ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଉଭୟ ବିଜେପି ଓ ବିଜେଡି ସରକାର ମହିଳା ବିରୋଧୀ। ଏହାସହ ଉଭୟ ଦଳର ମିଛ ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସ କରିବେନି ବୋଲି କହଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button