ରାଜନୀତି

ନାମାଙ୍କନପତ୍ର ଦାଖଲ କଲେ ସୁଶାନ୍ତ – Kalinga News

[ad_1]

ଚନ୍ଦ୍ରଶେଖରପୁର: ସକାଳ ସାଢ଼େ ୮ଟା ବେଳକୁ ରାଜଧାନୀରେ ପାରଦ ୩୪ ଡିଗ୍ରି ଡେଇଁ ଯାଇଥିଲା। ଧୀରେ ଧୀରେ ସମୟ ବଢ଼ିବା ସହ ତାତିର ପ୍ରକୋପ ମଧ୍ୟ ଉପରମୁହାଁ ହୋଇଥିଲା। ପୂର୍ବାହ୍ନରେ ଡହଡହ ଖରା ହେଉଥିଲେ ମଧ୍ୟ ସହରର ରାଜ‌ନୈତିକ ଉଷ୍ମତା ଉପରେ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା। ସୂର୍ଯ୍ୟଙ୍କ ତାତିକୁ ଖାତିର ନ କରି କର୍ମୀଙ୍କ ଗହଣରେ ବିରାଟ ପଟୁଆରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ।

ପୂର୍ବାହ୍ନରେ ଶ୍ରୀ ରାଉତ ପୁରୁଣା ଭୁବନେଶ୍ବରସ୍ଥିତ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଦଳୀୟ କର୍ମୀ, ନେତ‌ା, ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ଚାଲିଚାଲି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୋଭାଯାତ୍ରା ସମୟରେ ଆତସବାଜି ସାଙ୍ଗକୁ ଶଙ୍ଖ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଘୋଡ଼ାନାଚ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ନୃତ୍ୟରେ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ। ଶୋଭାଯାତ୍ରା ସମୟରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଭୁବନେଶ୍ବର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ସମେତ ନିର୍ବାଚନମଣ୍ଡଳୀର ସମସ୍ତ କର୍ପୋରେଟର, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।

ନାମାଙ୍କନପତ୍ର ଦାଖଲ ଅବସରରେ ଶ୍ରୀ ରାଉତ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀରେ ବିକାଶ ଧାରା ଜାରି ରହିଛି। ଶିକ୍ଷା, ସ୍ବା‌ସ୍ଥ୍ୟ, କ୍ରୀଡ଼ା, ଗମନାଗମନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି। ବିକାଶ ଧାରା କେବେ ଶେଷ ‌ହୁଏନାହିଁ। ତେଣୁ ଆହୁରି ଅନେକ କାର୍ଯ୍ୟ ବାକି ରହିଛି। ମୁଖ୍ୟମନ୍ତ୍ରୀ ପୁଣିଥରେ ମୋ’ ଉପରେ ଆସ୍ଥା ପ୍ରକଟ କରି ଉତ୍ତର ନିର୍ବାଚନମଣ୍ଡଳୀବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି। ନିର୍ବାଚନମଣ୍ଡଳୀକୁ ରାଜ୍ୟର ଏକ ନମ୍ବରରେ ପହଞ୍ଚାଇବାକୁ ମୁଁ ଅଞ୍ଚଳବାସୀଙ୍କ ଆଶୀର୍ବାଦ କାମନା କରୁଛି।’’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button