ଦେଶ- ବିଦେଶ
ଲୋକସଭା ନିର୍ବାଚନ ପାଇଁ ପଂଜାବରେ ପ୍ରଥମ ତାଲିକା ଘୋଷଣା କଲା ଆପ୍ – Kalinga News

[ad_1]
ନୂଆଦିଲ୍ଲୀ: ଆପ ଆଜି ପଂଜାବରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ଆପ୍ ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ତାଲିକାରେ ଆପ୍ ଟିକେଟ ଦେଇଥିବା ପ୍ରାର୍ଥୀମାନେ ହେଉଛନ୍ତି ପଂଜାବର ବର୍ତ୍ତମାନର ବିଧାୟକ ଏବଂ ମନ୍ତ୍ରୀ। ଦିଲ୍ଲୀ ପରି ପଂଜାବରେ ମଧ୍ୟ ଆପ୍ ଅନେକ ବିଧାୟକଙ୍କୁ ପ୍ରାର୍ଥୀ କରିଛି। ଆପ୍ ପଂଜାବରେ କୌଣସି ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢ଼ୁଛି। ବର୍ତ୍ତମାନ ମନ୍ତ୍ରୀ ଥିବା କୁଲଦୀପ ସିଂହ ଧଲିୱାଲ, ଲାଲଜିତ ସିଂହ ଭୁଲାର,ଗୁରମିତ ସିଂହ ଖୁଦିଆ, ଗୁରମିତ ସିଂହ ମିତ ହାୟର ଏବଂ ଡକ୍ଟର ବଲବୀର ସିଂହଙ୍କୁ ଆପ୍ ଦଳ ପ୍ରାର୍ଥୀ କରିଛି। ଉଲ୍ଲେଖଯୋଗ୍ୟ ଯେ ପଂଜାବରେ ୧୩ଟି ଲୋକସଭା ଆସନ ଅଛି। ଗତ ଲୋକସଭା ନିର୍ବାଚନରେ ଆପ୍ ଗୋଟିଏ ଆସନରେ ଜିତିଥିଲା। ଭଗୱନ୍ତ ମାନ ସାଙ୍ଗରୁର୍ ଲୋକସଭା ଆସନରୁ ଜିତିଥିଲେ। କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ ଭଗୱନ୍ତ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ।
[ad_2]