ମନୋରଞ୍ଜନ

ରାଖି କାହାକୁ ଖୁସି ଦେଇପାରିବେ ନାହିଁ; ସୋମିଙ୍କ ସହ ବିବାହ ପରେ ଏଭଳି କହିଲେ ଆଦିଲ – Kalinga News

[ad_1]

ମୁମ୍ବାଇ:  ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। କିଛି ଦିନ ତଳେ ଖବର ମିଳିଥିଲା ଯେ, ଆଦିଲ୍ ଲୁଚି କରି ଦ୍ବିତୀୟ ବିବାହ କରିଛନ୍ତି।  ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ସେ ବିବାହ କରିଥିବା ସାମ୍ନାକୁ ଆସିଥିଲା। ଏନେଇ ଅନେକ ତାଙ୍କୁ ଟ୍ରୋଲ କରିଥିବା ବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଦିଲ।

ସେ କହିଛନ୍ତି ଯେ, “ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ମୁଁ କିପରି ପୁନର୍ବାର ନିକାହ କରିପାରିଲି? ଅଲହମଦୁଲିଲା ମୋର ପୁନର୍ବାର ନିକାହ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। କାରଣ ମୁଁ ଜଣେ ମୁସଲମାନ ଏବଂ ମୁଁ ନିକାହ କରିପାରିବି। ମୁଁ ମୋ ପରିବାରର ଉପସ୍ଥିତିରେ ସଠିକ୍ ଭାବରେ ନିକାହ କରିସାରିଛି। ମୁଁ ଲୁଚି ଛପି ନିକାହ କରିନାହିଁ। ପରିବାର ବିନା, ଗୋଟାଏ ରୁମ‌ରେ ମୁଁ ଏଥର ନିକାହ କରିନାହିଁ। ସମସ୍ତଙ୍କ ଉପସ୍ଥିତିରେ ଓ ସମସ୍ତଙ୍କ ଆଶୀର୍ବାଦ ନେଇ ମୁଁ ନିକାହ କରିଛି। ନିକାହ ପରେ ଲୋକଙ୍କୁ ଭୋଜି ମଧ୍ୟ ଦେଇଥିଲି। ସୋମିଙ୍କ ସହିତ ଆନୁଷ୍ଠାନିକ ଭାବରେ ନିକାହ କରିବା ପରେ ଏବେ ମୁଁ ତାଙ୍କ ସହ ବୁଲୁଛି।”

ରାଖିଙ୍କୁ ନେଇ ସେ କହିଛନ୍ତି ଯେ, “ମୋର ଭଲ ଜୀବନ ବଞ୍ଚିବାର ଅଧିକାର ରହିଛି। ହେଲେ ରାଖିଙ୍କ ସହ ତାହା ସମ୍ଭବ ନଥିଲା। ସେ କାହାକୁ ଖୁସି ଦେଖିପାରିବେ ନାହିଁ। ତାଙ୍କ ସହ ରହୁଥିବା ଲୋକ କେବେ ବି ଖୁସିରେ ରହିପାରିବ ନାହିଁ। ମୁଁ ତାଙ୍କ ଭଳି ନୁହେଁ। ମୁଁ ଖୁସି ବିସ୍ତାର କରିବାକୁ ପସନ୍ଦ କରେ। ସୋମି ମୋ ଜୀବନରେ ହଜିଯାଇଥିବା ଖୁସି ଆଣିଦେଇଛନ୍ତି ଏବଂ ମୁଁ ତାଙ୍କ ସହିତ ଶାନ୍ତିପୂର୍ଣ୍ଣ ଜୀବନକୁ ଉପଭୋଗ କରୁଛି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button