ସିଏଏ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ଶାହ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ସିଏଏକୁ ଅଟକାଇ ପାରିବେନି – Kalinga News
[ad_1]
ନୂଆଦିଲ୍ଲୀ : ଦେଶରେ ଲୋକସଭା ନିର୍ବାଚନ ହେବାପାଇଁ ଆଉ କିଛି ଦିନ ବାକିଥିବାବେଳେ ଏହା ପୂର୍ବରୁ ସିଏଏ (ନାଗରିକତା ସଂଶୋଧନ ଆଇନ) କାର୍ଯ୍ୟକାରୀ ହୋଇଛି। କିନ୍ତୁ ସିଏଏ କାର୍ଯ୍ୟକାରୀ କରିବାକୁ ବିରୋଧୀ ଦଳ ଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି ଏବଂ କିଛି ରାଜ୍ୟ ସିଏଏ କାର୍ଯ୍ୟକାରୀ କରିବେନି ବୋଲି କହିଛନ୍ତି। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶହ ଉକ୍ତ ପ୍ରସଙ୍ଗରେ ବିରୋଧୀ ଦଳ ଗୁଡ଼ିକ ଉପରେ ବର୍ଷିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ସିଏଏ ଆଇନ କେବେ ବି ପ୍ରତ୍ୟାହାର କରାଯିବନି। ରାଜ୍ୟ ଗୁଡ଼ିକ ସିଏଏକୁ ଅଟକାଇ ପାରିବେନି। କେବଳ କେନ୍ଦ୍ର ସରକାର ହିଁ ନାଗରିକତା ପ୍ରଦାନ କରିପାରିବେ। ସିଏଏ କେବେ ବି ପ୍ରତ୍ୟାହାର କରାଯିବନି। ଆମ ଦେଶରେ ଭାରତୀୟ ନାଗରିକତା ପ୍ରଦାନ କରିବା ଆମର ସାର୍ବଭୌମ ନିଷ୍ପତ୍ତି। ଆମେ ଏଥିରେ କୌଣସି ପ୍ରକାର ସାଲିସ କରିବୁନି ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି, ସଂଖ୍ୟାଲଘୁ ଏବଂ ଅନ୍ୟ କୌଣସି ବ୍ୟକ୍ତି ଭୟ କରିବାର କିଛି ଆବଶ୍ୟକତା ନାହିଁ। କାରଣ ସିଏଏ ଏମିତି କୌଣସି ବ୍ୟବସ୍ଥା ନାହିଁ ଯାହା ଆପଣଙ୍କର ନାଗରିକତା ନେଇଯିବ। ସିଏଏ କେବଳ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ହିନ୍ଦୁ, ବୁଦ୍ଧ, ଜୈନ, ଶିଖ, ଖ୍ରିଷ୍ଟିଆନ ଏବଂ ପାର୍ସି ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ। ବିଜେପି ସିଏଏ ଦ୍ବାରା ନୂଆ ଭୋଟ୍ ବ୍ୟାଙ୍କ ସୃଷ୍ଟି କରୁଛି ବୋଲି ବିରୋଧୀମାନେ କରିଥିବା ଅଭିଯୋଗକୁ ଶାହ ଖଣ୍ଡନ କରିଛନ୍ତି। ଶାହ କହିଛନ୍ତି ବିରୋଧୀମାନଙ୍କର ଅନ୍ୟ କୌଣସି କାମ ନାହିଁ। ସେମାନେ ଯାହା କହନ୍ତି କେବେ ବି ତାହା କରନ୍ତିନି। ସେମାନେ ମଧ୍ୟ କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ ରାଜନୈତିକ ଫାଇଦା ପାଇଁ ଉଦ୍ଦିଷ୍ଟ। କିନ୍ତୁ ୧୯୫୦ରୁ ଆମେ ଧାରା ୩୭୦ ଉଚ୍ଛେଦ ପାଇଁ କହୁଛୁ ବୋଲି ଶାହ କହିଛନ୍ତି।
[ad_2]