ଖେଳ ଖବର

ଧୋନିଙ୍କ ଲମ୍ବା ଚୁଟି ଲୁକ୍ – Kalinga News

[ad_1]

ଚେନ୍ନାଇ: କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍‌ ଖେଳନ୍ତୁ କି ନ ଖେଳନ୍ତୁ, ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବିଶେଷ କରି ତାଙ୍କ ହେୟାର ଷ୍ଟାଇଲ୍‌ ଉପରେ ପ୍ରଶଂସକ ତୀକ୍ଷ୍ଣ ନଜର ରଖିଥା’ନ୍ତି। ଏହାକୁ ଅନୁସରଣ ବି କରନ୍ତି। ଏବେ ଆଇପିଏଲ୍ ଖେଳିବା ଲାଗି ସଂପ୍ରତି ଚେନ୍ନାଇରେ ଥିବା ଧୋନି ପୁଣି ଏକ ନୂଆ ହେୟାର ଷ୍ଟାଇଲ୍‌ରେ ଦେଖିବାକୁ ମିଳିବା ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ଏଥର ସେ ତାଙ୍କର ପୁରୁଣା ଷ୍ଟାଇଲ୍‌କୁ ଦୋହରାଇ ଲମ୍ବ‌ା କେଶ ରଖିଛନ୍ତି।

ତାଙ୍କର ଏହି ରେଟ୍ରୋ ଲୁକ୍‌କୁ ମଧ୍ୟ ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି। ୨୦୦୪ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିବା ବେଳେ ଧୋନି ଲମ୍ବା କେଶ ରଖିଥିଲେ। ଯାହା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ତାଙ୍କର ଏହି ଷ୍ଟାଇଲ୍‌କୁ ପାକିସ୍ତାନର ତତ୍କାଳୀନ ର‌ାଷ୍ଟ୍ରପତି ପରଭେଜ ମୁସାରଫ ମଧ୍ୟ ପ୍ରଶଂସା କରିଥିଲେ। ଚଳିତବର୍ଷର ଆଇପିଏଲ୍‌ରେ ଧୋନି ତାଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ବ ନେବେ କି ନାହିଁ, ସେ କଥା ସ୍ପଷ୍ଟ କରିନାହାନ୍ତି। ତେବେ ଲମ୍ବା ଚୁଟି ଲୁକ୍‌କୁ ଫେରି ଏବେଠୁ ଚର୍ଚ୍ଚିତ ହେବାରେ ଲାଗିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button