ଖେଳ ଖବର

ଜାତୀୟ ମହିଳା ହକି ଲାଗି ଓଡ଼ିଶା ଦଳ – Kalinga News

[ad_1]

ଭୁବନେଶ୍ବର: ପୁଣେର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଚଳିତମାସ ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଚର୍ତୁଦଶ ହକି ଇଣ୍ଡିଆ ବରିଷ୍ଠ ମହିଳା ହକି ପ୍ରତିଯୋଗିତା ଲାଗି ହକି ଆସୋସିଏସନ୍‌ ଅଫ୍ ଓଡ଼ିଶା (ହାଓ) ମଙ୍ଗଳବାର ୧୮ଜଣିଆ ଓଡ଼ିଶା ଦଳ ଘୋଷଣା କରିଛି। ୨୦୨୨ରେ ଓଡ଼ିଶା ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଗତବର୍ଷ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲା। ଚଳିତବର୍ଷ ୨ବର୍ଷ ତଳର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଓଡ଼ିଶା ଏହି ପ୍ରତିଯୋଗିତାରେ ଚଣ୍ଡିଗଡ଼, ଗୋଆ ସହ ପୁଲ୍-ଇରେ ସ୍ଥାନ ପାଇଛି। ରାଜ୍ୟଦଳ ଚଳିତ ମାର୍ଚ୍ଚ ୧୫ରେ ଗୋଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ। ଓଡ଼ିଶା ଦଳ: ଗୋଲ୍‌ରକ୍ଷକ: ମାଧୁରୀ କିଣ୍ଡୋ, ପ୍ରତିଭା ଏକ୍କା। ରକ୍ଷଣଭାଗ: ମମିତା ଓରାମ, ମୁକ୍ତା ଜୋଜୋ, ଲିଲିମା ମିଞ୍ଜ୍, ଫିଲିସିଆ ଟପ୍ପୋ, ଜ୍ୟୋତି ଛତ୍ରୀ। ମଧ୍ୟକ୍ରମ: ସୁଜାତା କୁଜୁର, ନିତୁ ଲାକ୍ରା, ଆଜମିନା କୁଜୁର, ମାରିଆନା କୁଜୁର, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ। ଅଗ୍ରଭାଗ: ଅନୁପା ବାର୍ଲା, ଦୀପ୍ତି ମୋନିକା ଟପ୍ପୋ, ଦୀପ୍ତି ଲାକ୍ରା, ନେହା ଲାକ୍ରା, ଅତେନ ଟପ୍ନୋ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button