ସ୍ୱାସ୍ଥ୍ୟ

କିଡନୀ ଫେଲରୁ ମୁକ୍ତି ପାଇଁ ମାସରେ ଥରେ କରନ୍ତୁ ଏହି ଉପାୟ, ଆଜି ହିଁ ଜାଣି ନିଅନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କିଡନୀରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ଉପାୟ କହିବାକୁ ଯାଉଛି। କିଡନୀ ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ, ଯାହାକୁ ବେଳେବେଳେ ସଫା କରିବାକୁ ପଡ଼ିଥାଏ କାରଣ କିଡନୀରେ ଯଦି ବିଷାକ୍ତ ପଦାର୍ଥର ମାତ୍ରା ବଢ଼ିବାକୁ ଲାଗେ ତାହେଲେ ଆମକୁ ଏହାର ଖବର ମିଳି ନଥାଏ। ତେଣୁ ଆଗକୁ ହଠାତ୍ କିଡନୀ ସମସ୍ୟା ସାମ୍ନାକୁ ଆସିଥାଏ। ଯଦି କିଡନୀ ସମସ୍ୟା ଆସେ ତାହେଲେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ। କିଡନୀ ଶରୀରର ରକ୍ତ ସଫା କରିବାର କାର୍ଯ୍ୟ କରିଥାଏ। ରକ୍ତ ସଫା କରିବା ପାଇଁ କିଡନୀ ମଧ୍ୟରେ ବହୁତ ଗୁଡ଼ିଏ ଛୋଟ ନଳୀ ରହିଥାଏ,ଯାହାକୁ ନେଫ୍ରନ୍ସ କୁହାଯାଏ। ସମୟ ସହିତ ଆମର କିଡନୀ ମଧ୍ୟରେ ବିଷାକ୍ତ ପଦାର୍ଥର ମାତ୍ରା ବଢ଼ିବାକୁ ଲାଗେ। ଯାହାର ପ୍ରଭାବ ଆମର କେଶ, ତ୍ଵଚ଼ା, ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଉପରେ ପଡ଼ିଥାଏ। ଯେଉଁ ଲୋକମାନେ ବଜାରରେ ମିଳୁଥିବା ଫାଷ୍ଟ ଫୁଡ ସେବନ ଅଧିକ କରିଥାନ୍ତି , ସେମାନଙ୍କ କିଡନୀ ଶୀଘ୍ର ଖରାପ ହୋଇଥାଏ। ଖରାପ ଜୀବନଶୈଳୀ, ଧୁମ୍ରପାନ, ମଦ, ଅଧିକ ଗରମ ଯୁକ୍ତ ଖାଦ୍ୟ କିମ୍ବା ଅଧିକ ମିଠା ଯୁକ୍ତ ଖାଦ୍ୟ ଖାଇଲେ ଖୁବ୍ ଶୀଘ୍ର କିଡନୀ ଖରାପ ହୋଇଥାଏ।

ଏହା ବ୍ୟତୀତ ଯେଉଁମାନେ ପ୍ରତିଦିନ ଔଷଧ ସେବନ କରନ୍ତି ବା ଅଧିକ ପ୍ରୋଟିନ ସେବନ କରନ୍ତି, ସେମାନଙ୍କ କିଡନୀ ଆଗକୁ ଖରାପ ହେବାର ସମ୍ଭାବନା ଥାଏ। ଅଧିକ ସମୟ ଧରି କିଡନୀର ଯତ୍ନ ନନେଲେ କିଡନୀ ଜନିତ ସମସ୍ୟା ଯଥା ନେଫ୍ରାଇଟିସ, କିଡନୀ ଷ୍ଟୋନ, କିଡନୀ ମଧ୍ୟରେ ଗମ୍ଭୀର ସମସ୍ୟା ଯଥା କିଡନୀ ଫେଲ୍ୟୋର ହୋଇଥାଏ। ଯଦି ଜଣେ ମଣିଷ ଫାଷ୍ଟ ଫୁଡ ଖାଉ ନାହିଁ ବା ମଦ୍ୟପାନ କରୁ ନାହିଁ, ତଥାପି ଜଣେ ସାଧାରଣ ବ୍ୟକ୍ତିର କିଡନୀ ସମୟ ସହିତ ଦୁର୍ବଳ ହେବାକୁ ଲାହିଥାଏ। ତେଣୁ କିଛି କିଛି ଦିନରେ କିଡନୀ ସଫା କରିବା ଆବଶ୍ୟକ। ଆଜି ମୁଁ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବି ଯାହାକୁ କରି ଆପଣ ନିଜର କିଡନୀ ସପ୍ତାହରେ ଥରେ ସଫା କରି ବିଷାକ୍ତ ପଦାର୍ଥ ପାରିବେ। କିଡନୀ ସଫା ହୋଇଗଲେ ଏହା ଆଗ ଅପେକ୍ଷା ପୁଣି ସୁସ୍ଥ ହୋଇ ଯାଏ।

ପ୍ରଥମ ହେଉଛି ମକାରେ ଥିବା କେଶ। ସାଧାରଣତଃ ଆମେ ମକା କିଣିବା ପରେ ଏଥିରେ ଥିବା କେଶକୁ ଫିଙ୍ଗି ଦେଇଥାଉ। ଏଥିରେ ଅଧିକ ଔଷଧୀୟ ଗୁଣ ଭରି ରହିଥାଏ। ଏହା ୟୁରିନାରି ବ୍ଲାଡର ଜନିତ କୌଣସି ସମସ୍ୟା ବା ସଂକ୍ରମଣ, ହୃଦରୋଗ, ମଧୁମେହ, ରକ୍ତଚାପ ଆଦିକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। କର୍ଣ ସିଲ୍କରେ ଭିଟାମିନ ମାତ୍ରା ଅଧିକ ଥାଏ, ଯାହା କିଡନୀ ସଫା କରିବା ସହିତ ରକ୍ତରେ ବଢୁଥିବା ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ। କିଡନୀ ସଫା କରିବା ପାଇଁ କର୍ଣ ସିଲ୍କର ଚାହା ସେବନ କରିବା ବହୁତ ଲାଭଦାୟକ ହୋଇଥାଏ। ଏହି ଚାହା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ତାହାକୁ ଖରାରେ ଶୁଖାଇ ଦିଅନ୍ତୁ ତାପରେ ୧୦ ଗ୍ରାମ କର୍ଣ ସିଲ୍କ କୁ କିଛି ପାଣିରେ ଫୁଟାଇ ଦିଅନ୍ତୁ। ତାପରେ ଏହାକୁ ଛାଣି ଗୋଟିଏ ପାତ୍ରରେ ରଖି ଦିଅନ୍ତୁ। ସ୍ଵାଦ ପାଇଁ ଆପଣ ଏଥିରେ ଲେମ୍ବୁ ରସ ମିଶେଇ ପାରିବେ। ଏହାର ସେବନ ଭୋଜନ କରିବାର ୩୦ ରୁ ୪୦ ମିନିଟ ପରେ କରନ୍ତୁ। ମକା କେଶରୁ ତିଆରି ଏହି ଚାହା ସେବନ କରିବା ପରେ ଆପଣଙ୍କୁ ଅଧିକ ପରିସ୍ରା ହେବ। ଏହା ହେଉଛି ଆପଣଙ୍କ ସୁସ୍ଥ କିଡନୀ ହେବାର ସଂକେତ ଅଟେ। ଏହି ଚାହା ର ପ୍ରଥମ ସେବନରୁ ହିଁ ଆପଣଙ୍କୁ ନିଜ ଶରୀରର ପରିବର୍ତ୍ତନ ଅନୁଭବ ହେବ।

ଦ୍ଵିତୀୟରେ ହେଉଛି ତରଭୁଜ ମଞ୍ଜିରୁ ପ୍ରସ୍ତୁତ ଚାହା। ଏହି ଚାହା ସେବନ କରିବା ଦ୍ୱାରା ବହୁତ ଲାଭଦାୟକ ହୋଇଥାଏ। ଏହି ଚାହା ପ୍ରସ୍ତୁତ କରିବା ପାଇଁ ବଡ଼ ଆକାରର ମଞ୍ଜି ଆବଶ୍ୟକ। ଦୁଇ ଚାମୋଚ ତରଭୁଜ ମଞ୍ଜିକୁ କୁ ଗ୍ରାଇଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଦୁଇ ଗ୍ଲାସ ପାଣି ଦେଇ ଫୁଟାନ୍ତୁ। ତରଭୁଜ ମଞ୍ଜିରେ ଭିଟାମିନ, ମିନେରାଲ, ମ୍ୟାଗ୍ନେଶୀୟମର ମାତ୍ରା ଅଧିକ ରହିଥାଏ। ଯେଉଁ ଲୋକମାନଙ୍କୁ ଅଧିକ ଥକା, ଦୁର୍ବଳ ଓ ରକ୍ତ ଅଭାବ ରହିଛି ସେମାନଙ୍କୁ ନିଜ ଭୋଜନରେ ତରଭୁଜ ମଞ୍ଜିକୁ ନିହାତି ସାମିଲ କରିବା ଆବଶ୍ୟକ। କିଡନୀକୁ ସଫା କରିବା ସହିତ ଏହି ପାନୀୟ ମହୁମେହ ରୋଗ ନିୟନ୍ତ୍ରଣ କରିଥାଏ। ଏହା ତ୍ଵଚାକୁ ମଧ୍ୟ ସୁସ୍ଥ ରଖିଥାଏ। ଏହାସହିତ ମୂଳାର ପତ୍ରକୁ ସେବନ ଦ୍ଵାରା ମଧ୍ୟ କିଡନୀରୁ ଆପଣ ବିଷାକ୍ତ ପଦାର୍ଥ ବାହାର କରି ପାରିବେ। ମୂଳା ପତ୍ରକୁ ସାଧାରଣତଃ ସମସ୍ତେ ଫିଙ୍ଗି ଦେଇଥାନ୍ତି। ମୂଳା ପତ୍ର ଗୋଟେ ସଂକ୍ରମଣ ରୋଧକ ହେବା ସହିତ କୋଷ୍ଠ କାଠିନ୍ୟ ଓ ଜଣ୍ଡିସ ଭଳି ରୋଗକୁ ଭଲ କରି ଦେଇଥାଏ। ସପ୍ତାହରେ ଅତିକମରେ ଦୁଇଥର ମୂଳା ରସ ଜୁଷ ଆପଣ ସେବନ କରି ପାରିବେ। ଏହାଦ୍ବାରା ଆପଣଙ୍କ କିଡନୀ ମଧ୍ୟରୁ ବିଷାକ୍ତ ପଦାର୍ଥ ଧୀରେ ଧୀରେ ଚାଲି ଯାଇଥାଏ। କିନ୍ତୁ ଗର୍ଭବତୀ ହେବାର ଦୁଇ ବର୍ଷ ଯାଏ ଏହି ଯୁଷ ସେବନ କରନ୍ତୁ ନାହିଁ।

 

Related Articles

Leave a Reply

Your email address will not be published. Required fields are marked *

Back to top button