ମନୋରଞ୍ଜନ

ତୁରନ୍ତ ଡିଲିଟ୍ କର; ଭିଡିଓ ରେକର୍ଡ କରୁଥିବା ଯୁବକଙ୍କୁ ରାଗିଯାଇ ଏଭଳି କହିଲେ ସଲମାନ – Kalinga News

[ad_1]

ନୂଆଦିଲ୍ଲୀ: ସଲମାନ ଖାନ ବଲିଉଡର ଜଣେ ଏଭଳି ଷ୍ଟାର, ଯାହାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସମସ୍ତେ ତାଙ୍କୁ ଦେଖିବାକୁ ଚାହାଁନ୍ତି ଓ ତାଙ୍କ ସହ ଫଟୋ ଉଠାଇବାକୁ ଚାହାନ୍ତି | ସଲମାନ ଖାନଙ୍କ ଏପରି ଜଣେ ପ୍ରଶଂସକ ବିମାନବନ୍ଦରରେ ତାଙ୍କ ସହ ଏକ ଭିଡିଓ ରେକର୍ଡ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଦେଖି ରାଗିଯାଇଥିଲେ ସଲମାନ। ଏମିତି କି ତୁରନ୍ତ ଭିଡିଓ ଡିଲିଟ କରିଦେବାକୁ କହିଥିଲେ। ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଅମୋଲ ବିଲାରୀ ନାମକ ଜଣେ ଇନଷ୍ଟା ବ୍ୟବହାରକାରୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ କଳା ସାର୍ଟ ପିନ୍ଧିଥିବା ଜଣେ ପ୍ରଶଂସକ ବିନା ଅନୁମତିରେ ସଲମାନ ଖାନଙ୍କ ଭିଡିଓ ରେକର୍ଡ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସଲମାନ ଖାନ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଚାଲି ଚାଲି ବିମାନବନ୍ଦରରୁ ବାହାରକୁ ଆସୁଥିବାର ଦେଖାଯାଇଛି। ଏହି ସମୟରେ ଅଜଣା ଯୁବକଜଣକ ତାଙ୍କର ଭିଡିଓ ରେକର୍ଡ କରୁଥିବା ଦେଖି ଏକ କ’ଣ କରୁଛ ବୋଲି ସଲମାନ ପଚାରୁଛନ୍ତି। ଏହା ସହ ଭିଡିଓକୁ ତୁରନ୍ତ ଡିଲିଟ କର ବୋଲି କହୁଛନ୍ତି। ଏହା ଶୁଣି ଯୁବକଜଣକ କ୍ଷମା ମାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓ ଦେଖିବା ପରେ ଭାଇଜାନଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରିଥିବା ବେଳେ କିଛି ଲୋକେ ସଲମାନଙ୍କ ବ୍ୟବହାରରେ ଖୁସି ନଥିବା ଦେଖାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button